Odiapua.com

ଲକ୍ଷ୍ମିପୁରର ପୂର୍ବତନ ବିଧାୟକଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ପ୍ରେସ ଇସ୍ତାହାରରେ ସୂଚନା ଦେଲେ

କୋରାପୁଟ ୧୦-୦୭(ଓଡିଆ ପୁଅ /ରଂଜନ ଦାସ)ଲକ୍ଷ୍ମିପୁରର ପୂର୍ବତନ ବିଧାୟକ  କୈଳାସ ଚନ୍ଦ୍ର କୁଲେସିକା ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତାଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞନ ପଟନାୟକଙ୍କୁ ପ୍ରଦାନ କରି ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଚୟନ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ବାହିନିପତିଙ୍କ ପ୍ରରୋଚନାରେ କରାଯାଇଥିବା ଉଲ୍ଲେଖ କରିଥିଲେ ।ଉକ୍ତ ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ଓ ନିରାଧାର ବୋଲି ଶ୍ରୀମତୀ ବାହିନିପତି ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।ବ୍ଲକ ସଭାପତି ଚୟନ ବେଳେ ପୂର୍ବତନ ବିଧାୟକଙ୍କ ସମେତ ପିସିସି ପର୍ଯ୍ୟବେକ୍ଷକ ,ବ୍ଲକ ସଭାପତି ଓ ତ-ଣମୂଳ ସ୍ତରର କର୍ମକର୍ତାମାନେ ଉପସ୍ଥିତ ଥିଲେ ।ମତଦାନ ପାଇଁ ସମର୍ଥନ କରୁଥିବା ସଭାପତି ପ୍ରାର୍ଥୀଙ୍କ ସପକ୍ଷରେ ହାତ ଟେକିବାକୁ କୁହାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଏହାର ନକଳ ଓ ଉପସ୍ଥିତ ରହିଥିବା ପିସିସି ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଚୟନ କରାଯାଇଥିଲା ଯାହାର ସମର୍ଥନ ଅଧିକା ଥିଲା ତାହାକୁ ସଭାପତି ଭାବେ ଘୋଷଣା କରାଯାଇଥିଲା ବୋଲି ସେ ସୂଚନା ଦେବା ସହ ଏଥିରେ ଜିଲ୍ଲା ସଭାନେତ୍ରୀଙ୍କ କୈାଣସି ପ୍ରରୋଚନାରେ କରାଯାଇ ନ ଥିବା ପ୍ରକାଶ କରିଛନ୍ତି ।