Odiapua.com

ରୋଗୀଙ୍କ ମୃତ୍ୟୁକୁ ନେଇ ହସପିଟାଲର ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଗିରଫ

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ରୋଗୀଙ୍କ ମୃତ୍ୟୁକୁ ନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ କୋରାପୁଟ ଟାଉନଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ସେମିଲିଗୁଡା ସତ୍ୟନଗରର ଅଶୋକ ପାଣିଗ୍ରହୀଙ୍କୁ ଗତକାଲି ରାତ୍ରୀରେ ଚିକିତ୍ସା ନିମନ୍ତେ ଅଣାଯାଇଥିଲା।ଭେଷଜ ଓାର୍ଡରେ ରହି ଚିକିତ୍ସା କରାଯାଉଥିଲା।ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହେବା ପରେ ପରିବାରଲୋକଙ୍କ ମଧ୍ୟରେ ଉତେଜନା ଦେଖାାଦେଇଥିଲା।ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରି ଡାକ୍ତର କେଦାର ପରିଜାଙ୍କୁ ମାଡ ମାରିଥିଲେ। ହସପିଟାଲ କର୍ତୂପକ୍ଷଙ୍କ ଲିଖିତ ଅଭିଯୋଗ ପାଇଲା ପରେ ପୋଲିସ ତଦନ୍ତ କରି୧୮୦/୧୯ରେ ଏକ ମାମଲା ରୁଜୁ କରି ଅସିତ ପାଣିଗ୍ରହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରୀଆ ସୂଚନା ଦେଇଥିଲେ।