Odiapua.com

ରେଡକ୍ରସରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ୭-୧ (ଓଡିଆ ପୁଅ /ରଂଜନ ଦାସ)ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ କୋରାପୁଟ ରେଡକ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି।ସୁନାବେଡାର ଜ୍ୟୋତି ଖରାଙ୍କ ମାନସିକ ରୋଗାକ୍ରାନ୍ତ ଭାଇର ଝାରସୁଗୁଡାରେ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନ କ୍ରମେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ୧୦ ହଜାର ଟଙ୍କାର ଏକ ଚେକ ଜ୍ୟୋତି ଖରାଙ୍କୁ ପ୍ରଦାନ କରିଥିଲେ।ଚେକ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ ପି.କେ.ସାମଲ ଉପସ୍ଥିତ ଥିଲେ।