Odiapua.com

ରେଡକ୍ରସରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ୮-୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ତଳଲିମିକା ଗ୍ରାମର ପର୍ଶୁରାମ ଜାନି ଗତ ୬ ତାରିଖ ରାତ୍ରୀରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନ କ୍ରମେ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି।ମୃତ ପର୍ଶୁରାମଙ୍କ ପତ୍ନୀ ରମା ଜାନିଙ୍କୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।ଚେକ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ ପି.କେ.ସାମଲ ଉପସ୍ଥିତ ଥିଲେ।