Odiapua.com

ରିଭାଇଜ୍ ପେନସନ୍ କାର୍ଯ୍ୟକାରୀ ନ କଲେ ଧାରଣା ଚେତାବନୀ

କୋରାପୁଟ ୧୬-୦୨-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ରିଭାଇଜ୍ ପେନସନ୍ ଦେବାକୁ ଦାବି କରି କୋରାପୁଟ ଜିଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଜିଲା ଟ୍ରେଜେରୀ ଅଧିକାରୀ ଓ କୋରାପୁଟ ଏସବିଆଇ ମ୍ୟାନେଜରଙ୍କୁ ଆରବିଆଇ ମ୍ୟାନେଜର ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘ ସଭାପତି ଆର୍.ଏନ୍.ଦାଶ, ସମ୍ପାଦକ ଭଗବାନ ନାହାକ, କୋଷାଧକ୍ଷ ଏସ.ଏନ.ଗୌଡ ଏବଂ ଆବାହକ ଡି.ଶଙ୍କର ରାଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଅଭିଯୋଗ ଅନୁଯାୟୀ, ସରକାରୀ ଚାକିରୀରୁ ଅବସର ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ୨୦୧୬ ଜାନୁଆରୀ ପହିଲାରୁ ବର୍ଦ୍ଧିତ ପେନସନ୍ ଲାଗୁ କରି ୨୦୧୮ ଜାନୁଆରୀ ମଧ୍ୟରେ ପେନସନଭୋଗୀଙ୍କୁ ଦେବାକୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜିଲା ଟ୍ରେଜେରୀ ଓ ବ୍ୟାଙ୍କ୍ ଗୁଡିକୁ ନିର୍ଦ୍ଦେଶ ଦେଇଥିଲା। ଜିଲାର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସରକାରୀ ନିୟମ ପ୍ରକାରେ ରିଭାଇଜ୍ ପେନସନ୍ ପାଇବାକୁ ଜିଲା ଟ୍ରେଜେରୀ ଓ କୋରାପୁଟ ଷ୍ଟେଟ୍ ବ୍ୟାଙ୍କରେ ଆବେଦନ କରିଥିଲେ ମଧ୍ୟ ଟ୍ରେଜେରୀ ଓ ବ୍ୟାଙ୍କ କର୍ତୂପକ୍ଷଙ୍କ ମନମାନୀ ଯୋଗୁଁ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ପାଇପାରି ନାହାନ୍ତି। ଜିଲା ଟ୍ରେଜେରୀ ଅଧିକାରୀ ଓ ଏସବିଆଇ ମେନେଜର୍ ମିଥ୍ୟା ପ୍ରତିଶୃତି ଦେଇ ବରିଷ୍ଠ ନାଗରିକ ମାନଙ୍କୁ ଶାରୀରିକ ଓ ମାନଶିକ ଯଂନ୍ତ୍ରଣା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଯଥାଶିଘ୍ର ସେମାନଙ୍କ ଦାବି ପୂରଣ ନହେଲେ ବ୍ୟାଙ୍କ ସମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ରର ନକଲ ଜିଲାପାଳ, ଏସପି ଓ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗ ମୁଖ୍ୟଙ୍କୁ ପ୍ରେରଣ କରାଯାଇଥିବା ଜଣାପଡିଛି।