Odiapua.com

ରାସ୍ତା ଦୁର୍ଘଟଣାରେ ୨ ଆହତ ;ଜଣେ ଗୁରୁତର

କୋରାପୁଟ ; ତା୨୧-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ମଟରସାଇକେଲ ଦୁର୍ଘଟଣାରେ ୨ ଜଣ ଯୁବକ ଆହତ ହୋଇ କୋରାପୁଟ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି ।ଲମତାପୁଟ ବ୍ଲକ ଅନ୍ତର୍ଗତ ବାଇରିଗଡା ଗ୍ରାମର ସୁନା ପାଙ୍ଗୀ ଓ ପରେଶ ପାଙ୍ଗୀ ସେମିଲିଗୁଡାରୁ ମଟରସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ।୨ ଜଣ ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଥିଲା ।ସୁନା ପାଙ୍ଗୀ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ଜରୁରୀକାଳିନ ବହିଃ ବିଭାଗରେ ଦେଖାଇବା ପରେ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷକୁ ପଠାଯାଇଥିଲା ।କିନ୍ତୁ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷ ବନ୍ଦ ଥିବାରୁ କିଛି ସମୟ ରହିବା ପରେ ସର୍ଜରୀ ଅସ୍ତ୍ରୋପଚାର କକ୍ଷକୁ ପଠାଯାଇଥିଲା ।
କୋରାପୁଟ ସଦର ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫମାନଙ୍କୁ ଜୟପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ପରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅଚଳାବସ୍ଥା ଦେଖାଦେଇଛି ।କାର୍ଯ୍ୟରତ ୭ ଜଣ ନର୍ସ , ଜଣେ ଏଲଟି ଓ ଜଣେ ଅସ୍ଥିଶଲ୍ୟ ସହାୟକ , ୨ ଜଣ ଫର୍ମାସିଷ୍ଠ , ୬ ସୁଇପର ଓ ୧୦ ଜଣ ଆଟେଟାଂଟ ଏପରି ସମୁଦାୟ ୨୭ ଜଣଙ୍କୁ ଜୟପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶ ଦେବାପରେ ଆଜି ସକାଳେ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷ ରେ ତାଲା ପଡିଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।ଜୟପୁର ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କୁ ପଚାରିବାରେ ଜୟପୁର ସଦର ଡାକ୍ତରଖାନାରେ ୪୦ ଶର୍ଯ୍ୟ ବିଶିଷ୍ଟ ଭେଷଜ ଓାର୍ଡ ଖୋଲାଯାଉଥିବାରୁ ଷ୍ଟାଫ ଦରକାର ପଡିବାରୁ ହସପିଟାଲରେ କାର୍ଯ୍ୟରତ କିଛି କର୍ମଚାରୀମାନଙ୍କୁ ଅଣାଯାଇଥିବା ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଉପସ୍ଥିତିରେ କଲେଜ କର୍ତୂପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା ଓ ଏମସିଆଇ ଟିମ ଗଲା ପରେ କର୍ମଚାରୀ ନିଆଯିବ ବୋଲି କୁହାଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଥିଲେ ।କଲେଜ କର୍ତୂପକ୍ଷ କାହିଁକି ଷ୍ଟାଫ ନିଯୁକ୍ତ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।କୋରାପୁଟ ହସପିଟାଲରେ ଆବଶ୍ୟକ ଷ୍ଟାଫ ନିଯୁକ୍ତ କରାଯାଇ ନ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାହିଁକି କୋରାପୁଟରୁ ଷ୍ଟାଫ ନେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।