Odiapua.com

ରାସ୍ତା ଦୁର୍ଘଟଣାରେ ଯୁବକର ମୃତ୍ୟୁ

କୋରାପୁଟ ୧୬-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟଠାରେ ଏକ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକର ହସପିଟାଲରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ସ୍ଥାନୀୟ କଫି ବୋର୍ଡ ନିକଟରେ ଦୁର୍ଘଟଣାଟି ହୋଇଥିବା ଜଣାପଡିଛି।ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦିଗାଁ ପଂଚାୟତର ସଲଫମାଳିଗୁଡାର କେଶବ ମାଳି ଏକ ସ୍କୁଟିରେ ଯାଉଥିବା ବେଳେ କଫି ବୋର୍ଡ ନିକଟରେ ଏକ ବେସରକାରୀ ବସ ସହ ଧକ୍କା ହୋଇଥିଲା।ଆହତ ଯୁବକକୁ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା।ଚିକିତ୍ସା ଅବସ୍ଥାରେ କେଶବ ମୃତ୍ୟୁବରଣ କରିଥିବା ବେଳେ ଶବ ବ୍ୟବଛେଦ ନିମନ୍ତେ ମୃତଦେହକୁ ଶବ ବ୍ୟବଛେଦ ଗୃହରେ ପୋଲିସ ରଖିଥିବା ଜଣାପଡିଛି।କୋରାପୁଟ ହସପିଟାଲରେ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ, ଏଏସଆଇ ଅର୍ଜୂନ ବାଙ୍କା ପ୍ରମୁଖ ଉପସ୍ଥିତ ରହିଥିବା ନଜର କରାଯାଇଥିଲା।