Odiapua.com

ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ରେଡକ୍ରସ ତରଫରୁ ଅନୁକମ୍ପାମୂଳକ ସହାୟତା ଅର୍ଥରାଶି ପ୍ରଦାନ

କୋରାପୁଟ ୨୨-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହରସ୍ଥିତ ସାଇମନ୍ଦିର ନିକଟରେ ଗତ ୨୦ ତାରିଖ ସଂଧ୍ୟାରେ ଏକ ମଟର ସାଇକେଲ ଧକ୍କାରେ ହାଟପଦାର ପ୍ରମୋଦ ପାଣିଗ୍ରହୀଙ୍କ ସ୍ତ୍ରୀ ଲକ୍ଷ୍ମି ପାଣିଗ୍ରାହୀ ମୃତ୍ୟୁବରଣ କରିଥିଲେ। ଆଜି ରେଡକ୍ରସ ତରଫରୁ ୧୦ ହଜାର ଟଙ୍କାର ଚେକ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିଲା। ମୃତ ମହିଳାଙ୍କ ପୁତ୍ର ହରିହର ପାଣିଗ୍ରାହୀ ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କଠାରୁ ଚେକ ଗ୍ରହଣ କରିଥିଲେ। ଜରୁରୀକାଳୀନ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପି.କେ.ସାମଲ ଚେକ ପ୍ରଦାନ ବେଳେ ଉପସ୍ଥିତ ଥିଲେ।