Odiapua.com

ରାମାୟଣ କାଳରେ ବିମାନ, ମହାଭାରତ କାଳରେ ଥିଲା ପରମାଣୁ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର: ଅର୍ଜୁନଙ୍କ ତୀରରେ ଥିଲା ପରମାଣୁ ଶକ୍ତି! ଏପରି ଦାବୀ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼। ଏକ କାର୍ଯ୍ୟକ୍ରମରେ ଜଗଦୀପ କହିଛନ୍ତି ବିଂଶତମ ଶତାବ୍ଦୀରେ ନୁହେଁ, ମହାଭାରତ କାଳରେ ଅର୍ଜୁନଙ୍କ ତୀରରେ ପରମାଣୁ ଶକ୍ତି ଥିଲା। ରାମାୟଣ କାଳରେ ଆମ ପାଖେ ପୁଷ୍ପକ ବିମାନ ଥିଲା। ସେହିପରି ସଂପୂର୍ଣ୍ଣ ମହାଭାରତ ଯୁଦ୍ଧ ସିଧା ପ୍ରସାରଣ ପରି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଶୁଣାଇ ଥିଲେ। କିନ୍ତୁ ଟିଭି ଦେଖିକରି ନୁହେଁ ତାଙ୍କ ପାଖେ ଦିବ୍ୟ ଦୃଷ୍ଟି ବଳରେ ବୋଲି କହିଛନ୍ତି ଜଗଦୀପ ଧନଖଡ଼। /-ଦେବଦତ୍ତ ରଥ