Odiapua.com

ରାମାୟଣ ଏବଂ ମହାଭାରତ ଶୁଣିବାରେ ମୋର ବାଲ୍ୟକାଳ ବିତିଛି, ତେଣୁ ଭାରତ ପାଇଁ ମୋ ମନରେ ଏକ ସ୍ୱତନ୍ତ୍ର ସ୍ଥାନ – ବାରାକ୍ ଓବାମା

ନୂଆଦିଲ୍ଲୀ ୧୭ ନଭେମ୍ବର (ଓଡ଼ିଆ ପୁଅ) ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ, ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନର ପ୍ରଥମ ବର୍ଷରେ ଇଣ୍ଡୋନେସିଆରେ ରହୁଥିବାବେଳେ ହିନ୍ଦୁ କାହାଣୀ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣିଛନ୍ତି। ସେ ତାଙ୍କ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ’ରେ ପ୍ରକାଶ କରିଛନ୍ତି।

ତାଙ୍କ ପୁସ୍ତକରେ ଓବାମା କୁହନ୍ତି, ବୋଧହୁଏ ଏହା ଏହାର (ଭାରତ) ବୃହତ ଆକାର ଥିଲା। ଯେଉଁଠାରେ ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ବାସ କରନ୍ତି। ସେଠାରେ ପ୍ରାୟ ଦୁଇ ହଜାର ଭିନ୍ନ ଜାତି ଅଛନ୍ତି ଏବଂ ସାତଶହରୁ ଅଧିକ ଭାଷା କଥିତ। ଓବାମା କହିଛନ୍ତି ଯେ, ସେ ୨୦୧୦ ରେ ରାଷ୍ଟ୍ରପତି ହେବା ପୂର୍ବରୁ ଭାରତ ଗସ୍ତ କରିନଥିଲେ, କିନ୍ତୁ ଏହି ଦେଶ ତାଙ୍କ କଳ୍ପନାରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ।

ଓବାମା କୁହନ୍ତି, ‘ବୋଧହୁଏ ଏହା ହୋଇପାରେ, ମୁଁ ଇଣ୍ଡୋନେସିଆରେ ମୋର ପିଲାଦିନରରେ ହିନ୍ଦୁ କାହାଣୀ ରାମାୟଣ ଏବଂ ମହାଭାରତର ଶୁଣିବାରେ ବିତିଛି ଏବଂ ମୋର ପୂର୍ବୀ ଦେଶ ଗୁଡ଼ିକର ଧର୍ମ ବିଷୟରେ ଜାଣିବା ରୁଚି ଥିବାରୁ ହୋଇଥାଇପାରେ। କଲେଜରେ ପଢ଼ିବା ସମୟରେ ପାକିସ୍ତାନୀ ଏବଂ ଭାରତୀୟ ବନ୍ଧୁମାନଙ୍କ ପ୍ରତି ମୋର ଆଗ୍ରହ ହେତୁ, କିଏ ମୋତେ ଡାଲି ଏବଂ କିମା ରାନ୍ଧିବା ଶିଖାଇଥିଲା ତ କିଏ ବଲିଉଡ ଚଳଚ୍ଚିତ୍ର ପ୍ରତି ଆଗ୍ରହ ସୃଷ୍ଟି କରିଥିଲା।’

ଓବାମା ତାଙ୍କ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ’ ରେ ୨୦୦୮ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ଲେଖିଛନ୍ତି। ପାକିସ୍ତାନର ଏବଟ୍ଟାବାଦରେ ଘଟିଥିବା ଘଟଣାକୁ ସୂଚାଇଛନ୍ତି, ଯେଉଁଥିରେ ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଦେନଙ୍କୁ ମରା ଯାଇଥିଲା। ‘ଏ ପ୍ରମିସ୍ଡ ଲ୍ୟାଣ୍ଡ” ଦୁଇଟି ଭାଗ ଅଛି। ପ୍ରଥମ ଭାଗ ମଙ୍ଗଳବାର ଠାରୁ ବିଶ୍ୱର ପୁସ୍ତକ ଦୋକାନରେ ଉପଲବ୍ଧ।

ଭାରତ ପ୍ରତି ମୋର ଆକର୍ଷଣର ମୁଖ୍ୟ କାରଣ ହେଉଛି ମହାତ୍ମା ଗାନ୍ଧୀ : ଓବାମା

ଓବାମା କହିଛନ୍ତି ଯେ ଭାରତ ପ୍ରତି ତାଙ୍କର ଆକର୍ଷଣର ମୁଖ୍ୟ କାରଣ ହେଉଛି ମହାତ୍ମା ଗାନ୍ଧୀ, ଯାହାଙ୍କର “ବ୍ରିଟିଶ ଶାସନ ବିରୁଦ୍ଧରେ ସଫଳ ଅହିଂସା ଆନ୍ଦୋଳନ, ଅନ୍ୟ ଅବହେଳିତ ଦଳିତ ଗୋଷ୍ଠୀଙ୍କ ପାଇଁ ଆଶାର ଆଲୋକ ପାଲଟିଛି।” ତେବେ ଆମେରିକାର ୪୪ ତମ ରାଷ୍ଟ୍ରପତି ଓବାମା ତାଙ୍କ ପୁସ୍ତକରେ ଅନୁତାପ କରିଛନ୍ତି ଯେ, ମହାତ୍ମା ଗାନ୍ଧୀ ଜାତି ପ୍ରଣାଳୀ ଉପରେ ସଫଳତାର ସହ ଧ୍ୟାନ ଦେଇ ନପାରିବା କିମ୍ବା ଧର୍ମ ଆଧାରରେ ଦେଶର ବିଭାଜନକୁ ରୋକି ପାରିଲେ ନାହିଁ।

ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଭାବରେ ଦୁଇଥର ଭାରତ ଆସିଥିବା ଓବାମା କହିଛନ୍ତି, ‘ଭାରତ ପ୍ରତି ମୋର ଆକର୍ଷଣର ସବୁଠାରୁ ବଡ କାରଣ ହେଉଛି ମହାତ୍ମା ଗାନ୍ଧୀ। (ଆବ୍ରହାମ) ଲିଙ୍କନ୍, (ମାର୍ଟିନ୍ ଲୁଥର୍) କିଙ୍ଗ ଏବଂ (ନେଲସନ) ମଣ୍ଡେଲାଙ୍କ ସହ ଗାନ୍ଧୀ ମୋ ଚିନ୍ତାଧାରାକୁ ବହୁତ ପ୍ରଭାବିତ କରିଥିଲେ। ଯୁବାବସ୍ଥାରେ, ମୁଁ ତାଙ୍କର ପ୍ରବନ୍ଧ ପଢ଼ି ଦେଖିଲି ଯେ ସେ ମୋର ଅନ୍ତର୍ନିହିତ ଜ୍ଞାନକୁ ସ୍ୱର ଦେଉଛନ୍ତି। ‘

ଓବାମା ଏହି ପୁସ୍ତକରେ ଲେଖିଛନ୍ତି ଯେ ଗାନ୍ଧୀ ୧୯୧୫ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହା ୩୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା, ଯାହା କେବଳ ଏକ ସାମ୍ରାଜ୍ୟକୁ ସ୍ୱାଧିନ କରିବାରେ ତଥା ଉପମହାଦେଶର ଅଧିକାଂଶ ଅଂଶକୁ ମୁକ୍ତ କରିବାରେ ସାହାଯ୍ୟ କରିନଥିଲା ତାଙ୍କର ଏହି ଅହିଁସା ଆନ୍ଦୋଳନ ଦୁନିଆରେ ମଧ୍ୟ ନୈତିକତାର ତରଙ୍ଗ ଛାଡ଼ିଥିଲା। ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ, ଏହା କଳା ଆମେରିକୀୟଙ୍କ ସମେତ ଅନ୍ୟ ଅବହେଳିତ, ଦଳିତ ଗୋଷ୍ଠୀଙ୍କୁ ଆଶାର ଆଲୋକ ଦେଇଥିଲା।