Odiapua.com

ରାତ୍ର ଜଗୁଆଳୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କୋରାପୁଟ ୦୧-୦୮ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳୀ ଭାବେ ଚାକିରୀ କରୁଥିବା କୁଶ ମୁଦୁଲି ଗତକାଲି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବାବେଳେ ବିଭାଗ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଧାନ ଟୁଲି ଆମ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ମୁଦୁଲିଙ୍କ କର୍ତବ୍ୟ ନିଷ୍ଠାର ପ୍ରଶଂସା କରିଥିଲେ। ଏହି ଅବସରରେ ଡିଆଇପିଆରଓ ସୁଶ୍ରୀ ଟୁଲି ଆମ୍ମା କୁଶ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରୋଭିଜନାଲ ପେନସନ ଆଦେଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜୟପୁର ଏସଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, ମୁଖ୍ୟ କିରାଣୀ ସନ୍ତୋଷ କୁମାର ସେଠି, ଲାଇବ୍ରେରିଆନ ସତ୍ୟ ନାରାୟଣ ପ୍ରଧାନ, ଅଲିଭା କୁମାର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।