Odiapua.com

ରାତ୍ରୀରେ ଗାଈମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଶିଙ୍ଗରେ ରେଡିୟମ ଟେକ

କୋରାପୁଟ ; ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ରାତ୍ରୀ ସମୟରେ ଅନେକ ଗାଈ ରାସ୍ତା ଦୁର୍ଘଟଣାରେ ଆହତ ହେବା ସହ ମୃତ୍ୟୁବରଣ କରୁଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ତରଫରୁ ଗାଈମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଶିଙ୍ଗରେ ରେଡିୟମ ଟେକ ବନ୍ଧା ଶୁଭାରମ୍ଭ କରାଯାଇଛି ।କୋରାପୁଟ ପୈାର ନିର୍ବାହୀ ଅଧିକାରୀ ଗୋରଚନ୍ଦ୍ର ପଟନାୟକ ଏହାର ଶୁଭାରମ୍ଭ କରିଥିବା ଜଣାପଡିଛି ।ଏହି କାର୍ଯ୍ୟକ୍ରମ କୋରାପୁଟ ପୈାରପରିଷଦର ସମସ୍ତ ଓାର୍ଡରେ କରାଯିବା ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ସୂଚନା ଦେଇଥିଲେ ।ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ସ୍ୱାଗତ କରାଯାଇଥିବା ଜଣାପଡିଛି ।