ମାଲକାନଗିରି,୧୦ା୨ (ଓଡିଆ ପୁଅ) କଟକ ଠାରେ ଅନୁଷ୍ଠିତ ପୁଲିସ ମାରାଥନ ପ୍ରତି ଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଜିଲ୍ଲାର ଜଣେ ଯବାନ ଭାଗନେଇ ପ୍ରଥମସ୍ଥାନ ଅଧିକାର ସହ ସ୍ୱର୍ଣ୍ଣପଦକ ହାସଲ କରି ଜିଲ୍ଲାପୁଲିସ ବିଭାଗ ପାଇଁ ଗୌରବ ଆଣିଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଓଡିଶା ଆର୍ମ ପୁଲିସ ଫୋର୍ସର ଯବାନ ବୁଦୁରା ବିଷୋୟୀ ନାୟକ ରାଜ୍ୟସ୍ତର ମାରାଥନ ପ୍ରତିଯୋଗୀତାରେ ଭାଗନେଇ ୪୫କିଲୋମିଟର ଦୌଡରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯିବାସହତି ସ୍ୱଣ୍ଣ ର୍ପଦକ ଓ ସିଲ୍ଡ ପ୍ରଦାନ କରାଯାଇଥିଲା, ସେ ମାଲକାନଗିରି କୁ ଫେରିବା ପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ବସଷ୍ଟାଣ୍ଡ ଠାରେ ତାଙ୍କୁ ପୁସ୍ପଗୁଛ ଦେଇ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଥିଲେ,ଶତାଧିକ ପୁଲିସ କର୍ମଚାରୀ ମାନେ ବାଦ୍ୟ ନୃତ୍ୟ ମାଧ୍ୟମରେ ସୋଭାଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପୁଲିସ କାର୍ଯ୍ୟାଳୟ କୁ ନେଇଯାଇଥିଲେ ।