Odiapua.com

ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ ଶୁଭାରମ୍ଭ ;ପାରମ୍ପରିକ ନୃତ୍ୟରେ ଝୁମିଲେ ନେତା

କୋରାପୁଟ ; ତା୨୮-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋଟିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ରମେଶ ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ମୂଖ୍ୟ ମଶାଳରେ ଅଗ୍ନି ସଂଯୋଗ କରିବା ସହ ପରବ ପତାକା ଉତୋଳନ କରିଥିଲେ । କୋରାପୁଟ ଜିଲ୍ଲାର ଆଦିବାସୀ ଉସôବ ପରବ ହେଉଛି ଏକ ନିଆରା ପରବ ଅଟେ ବୋଲି ମନ୍ତ୍ରୀ ମାଝି ପ୍ରକାଶ କରିଥିଲେ । କୋଟିଆର ଉନ୍ନତି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାର ଅର୍ଥ ବରାଦ କରିଥିବା କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ସମ୍ମନ୍ନିତ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।କୋଟିଆରେ ପରବର ଶୁଭାରମ୍ଭ ସ୍ତାନ ନିରୂପଣ କରିଥିବାରୁ ଜିଲ୍ଲା ପ୍ରଶାସନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।କୋଟିଆରେ ରାଜ୍ୟ ସରକାର ପ୍ରଦାନ କରିଥିବା ଅର୍ଥ ଯଦି କାର୍ଯ୍ୟକାରୀ ହୁଏ ତେବେ କୋଟିଆର ବିକାଶ ସମ୍ଭବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରିଥିଲେ ।ସମସ୍ତେ ମିଳିମିଶି ଯଦି କାର୍ଯ୍ୟ କରିବା ତେବେ କୋଟିଆର ବିକାଶ ହୋଇପାରିବ ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପ୍ରକାଶ କରିଥିଲେ ।କୋରାପୁଟ ସାଂସଦ ଜିନ୍ନ ହିକକା , ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି , ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା , ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗଦଜ୍ୟୋତି ପାଙ୍ଗୀ ପ୍ରମୁଖ ଯୋଗଦେଇ ପରବକୁ ବିକାଶର ଏକ ମାପଦଣ୍ଡ ବୋଲି ଅଭିହିତ କରିଥିଲେ ।କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ପରବ ପାଳନ ଉପରେ ନିଜ ବ୍ୟକ୍ତବ୍ୟ ରଖିଥିଲେ ।ଏହି ଅବସରରେ ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଳୋଙ୍କ ଦ୍ୱାରା ସଂଯୋଜିତ ପରବ ଉପରେ ଏକ ଅଡିଓ ସିଡି ଓ ପରବ ପୋଷ୍ଟରକୁ ମୁକ୍ୟ ଅତିଥି ଓ ଅତିଥିମାନେ ଉନ୍ନୋଚିତ କରିଥିଲେ ।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଜଗନ୍ନାଥ ମନ୍ଦିରରୁ ମନ୍ତ୍ରୀ ଶ୍ରୀ ମାଝି ,ମନ୍ତ୍ରୀ ଶ୍ରୀ ବେହେରା , ବିଧାୟକ ଶ୍ରୀ ପାଙ୍ଗୀ ମଶାଳ ଆଣିଥିବା ବେଳେ କୋରାପୁଟ ବିଧାୟକ ଶ୍ରୀ ସଗରିଆ , ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଜାନି , ଲକ୍ଷ୍ମିପୁର ବିଧାୟକ ଶ୍ରୀ କୁଲେସିକା , ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକ ସୁନାପାହାଡରୁ ମଶାଳ ଆନିଥିବା ବେଳେ ସାଂସଦଙ୍କ ପ୍ରତିନିଧି ଜୟସିଂ ପଡାସେଠୀ ଚର୍ଚ୍ଚରୁ ମଶାଳ ଆଣିଥିଲେ ।ପାରମ୍ପରିକ ନୃତ୍ୟରେ ନେତାମାନେ ଝୁମିଥିବା ଦେଖା ଯାଇଥିଲା ।କୋଟିଆରେ ପ୍ରାୟ ୫ ହଜାର ଲୋକଙ୍କ ସମାଗମ ହୋଇଥିବା ନଜର କରାଯାଇଥିଲା ।କୋଟିଆ ଏକ ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏଥିପୂର୍ବରୁ କୋରାପୁଟର ନିଶାଣିମୁଣ୍ଡାଠାରେ ପୂଜା ଅର୍ଜନା କରାଯାଇଥିଲା ।