Odiapua.com

ରାଜ୍ୟପାଳଙ୍କ କୋରାପୁଟ ଗସ୍ତ

କୋରାପୁଟ ; ତା୧୧-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସୋମବାର ଅବିଭକ୍ତ କୋରାପୁଟ ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତାଙ୍କର ଏହି ପ୍ରଥମ ଗସ୍ତ କାଳରେ ସେ କୋରାପୁଟ ସମେତ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାକୁ ଯାଇ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ସେ ହେଲିକପ୍ଟର ଯୋଗେ ଆସି କୋରାପୁଟ ଦେଇ ମାଲକାନ୍ଗିରି ଯିବେ । ସେଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ କୋରାପୁଟ ଫେରି ଆସି ସ୍ବତନ୍ତ୍ର ସର୍କିଟ ହାଉସରେ ରାତ୍ରୀ ଯାପନ କରିବାର କାର୍ୟ୍ୟକ୍ରମ ରହିଛି। ମଙ୍ଗଳବାର କୁନ୍ଦୁରାର ଅରବିନ୍ଦ ଶିକ୍ଷା ନିକେତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ନବରଙ୍ଗପୁର ଯିବେ। ଦିନ ତମାମ ତାଙ୍କର ସେଠାରେ ବିଭିନ୍ନ କାର୍ୟ୍ୟକ୍ରମ ରହିଛି । ସନ୍ଧ୍ୟାରେ ପୁଣି କୋରାପୁଟ ଆସି ସର୍କିଟ ହାଉସରେ ରାତ୍ରିଯାପନ କରି ବୁଧବାର ଦିନ ତମାମ ତାଙ୍କର କୋରାପୁଟ ଜିଲ୍ଲାରେ କାର୍ୟ୍ୟକ୍ରମ ରହିଛି । ବୁଧବାର ପୂର୍ବାହ୍ନରେ ସେ ପୁଙ୍ଗାରର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ ପରେ କୁତୁଗାଁ ଯାଇ ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ସେଠାରୁ ଆସି ହାଲ ପରିଦର୍ଶନରେ ଯିବେ । ଏହି ସମୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ସେଠାରୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିଦଶର୍ନରେ ଯିବେ। କୁଳପତି ଓ ଅନ୍ୟମାନଙ୍କ ସହ ଆଲୋଚନା କରି ସର୍କିଟ ହାଉସ ଫେରି ଆସିବାର କାର୍ୟ୍ୟକ୍ରମ ରହିଛି । ଅପରାହ୍ନରେ ଏସଏଲଏନ ମେଡିକାଲ କଲେଜ ପରିଦର୍ଶନ କରି ସେଠାରୁ ଫେରି ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଆଉ କୌଣସି ସରକାର କାର୍ୟ୍ୟକ୍ରମ ନ ଥିଲାବେଳେ ରାତିରେ ସର୍କିଟ ହାଉସରେ ରାତ୍ରୀଯାପନ କରିବେ। ୧୫ ତାରିଖ ସକାଳେ ସେ ରାୟଗଡା ଯାଇ ସେଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେହିଦିନ ଅପରାହ୍ନରେ ସେ ଭୁବନେଶ୍ବର ଫେରିଯିବେ ।