Odiapua.com

ରଙ୍ଗବାଲି କୁମ୍ଭାଠାରେ ରକ୍ତଦାନ ଶିବିର: ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ୨୦-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)ଶ୍ରୀ ଦାଦି ବୁଢା ଡଙ୍ଗରଯାତ୍ରା ଅବସରରେ ରଙ୍ଗବାଲିକୁମ୍ଭା ଉଚ୍ଚ ପ୍ରାଥମିକ ସ୍କୁଲ ଗୃହଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି। କୋରାପୁଟ ସହରର ଯୁବ ନେତା ଲଲାଟ ରଂଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଯୁବ ନେତା ବିମଳ କୁମାର ଗରଡାଙ୍କ ସହ ଗ୍ରାମର କେ.ମୁଦୁଲି, ଜଗନ୍ନାଥ ପରଜା, ଜିତୁ ପରଜା, ସୋମନାଥ ଦାମି, ମଙ୍ଗଳା ପାଙ୍ଗୀ, ରାମଚନ୍ଦ୍ର ଝଡିଆ, ହରି ପରଜା, ରାମମୂର୍ତି ପରକା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।