Odiapua.com

ରକ୍ତସିକୁଲୀ ରୋଗ ସମ୍ପର୍କରେ ଆଲୋଚନା ଚକ୍ର

କୋରାପୁଟ ; ତା୧୩-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମିଳନୀ କକ୍ଷରେ ରକ୍ତ ସିକୁଲୀ ରୋଗ ସମ୍ପର୍କର୍ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଷ୍ଟୁଡେଂଟସ୍ ଏକାଡେମିକ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ପ୍ରଫେସର କୃଷ୍ନ ଚନ୍ଦ୍ର ବିଶ୍ୱାଳ,କଲେଜ ଅଧୀକ୍ଷକ ପ୍ରଫେସର ହରିକ୍ରିଷ୍ଣା ଦଳେଇ, ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା,ପ୍ରଫେସର ସୀତାରାମ ମହାପାତ୍ର,ସିଡିଏମଓ ଡା.ଦଧି ବାମନ ତ୍ରିପାଠୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆ ଆଲୋଚନା ଚକ୍ରରେ ଯୋଗ ଦେଇ କୋରାପୁଟ ଜିଲାରେ ସକ୍ତ ସିକୁଲୀ ରୋଗର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ଆଦିବାସୀ ବହୁଳ କୋରାପୁଟ ଜିଲାରେ ରକ୍ତ ସିକୁଲୀ ରୋଗୀ ପରିବାର ପାଇଁ ଏକ ବୋଝ ଥିଲେ ମଧ୍ୟ ସେମାନଙ୍କ ନିମନ୍ତେ ରକ୍ତ ସଂଗ୍ରହ କରିବା ୧୦ ବର୍ଷ ପୂର୍ବରୁ ବହୁ କଷ୍ଟକର ଥିଲା କିନ୍ତୁ ନିୟମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜନ ଜାଗରଣ ସୃଷ୍ଟି କରିବା ଦ୍ୱାରା ଆଜି କୋରାପୁଟ ଜିଲାରେ ରକ୍ତର ଅଭାବ ଦୂର ହୋଇ ପାରିଛି ବୋଲି ଡା.ଖଟୁଆ ବକ୍ତବ୍ୟ ରକିଥିଲେ । ଆଲୋଚନା ଚକ୍ରରେ ଜିଲା ଓ ଜିଲା ବାହାରର ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ଡାକ୍ତର ଯୋଗ ଦେଇ ରକ୍ତହୀନତା ରୋଗ ସମ୍ପର୍କରେ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପ୍ରଫେସର ସୀତାରାମ ମହାପାତ୍ର,ଡା.,ପ୍ରଫେସର ଜୟନ୍ତ ପଣ୍ଡା,ଡା.ରାମଚନ୍ଦ୍ର ସେଠୀ ,ପ୍ର୍ରଫେସର ଅରକ୍ଷୀତ ସ୍ୱାଇଁ, ଡା.ସ୍ୱରୂପା ପଣ୍ଡା,ଡା.ଆଇ.ଗୋପାଲ ,ପ୍ରଫେସର ଜଗଦାନନ୍ଦ ମିଶ୍ର,ଡା.ଦଧି ବାମନ ତ୍ରିପାଠୀ,ଡା.ଆର.କେ.ଖଟୁଆ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମେଡିକାଲ କଲେଡ ଛାତ୍ର ସଂଘ ସଭାପତି ସହୀତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏକାଡେମିକ ସୋସାଇଟି ସମ୍ପାଦକ ସୌରଭ ଓ ଅମ୍ରୀତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।