Odiapua.com

ରକ୍ତମୁଖା ସାଜିଛି ଶାସକ ବିଜେଡି :ବିଜେପି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ
– ବିଜେଡି ବିରୋଧୀଙ୍କୁ ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ କରୁଛି ଷଡଯନ୍ତ୍ର
– ବିଜେପି ଯୁବନେତା ମନୋରଜଂନ ମେହେରଙ୍କୁ ଛୁରା ମାଡ କରିଥିବା ଅପରାଧୀକୁ ତୁରନ୍ତ ଗିରଫ କରାଯାଉ
– ବିଜେପୁର ନିର୍ବଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦାବି କଲା ପ୍ରତିନିଧୀ ଦଳ

ଭୁବନେଶ୍ୱର, ତା.୨୮/୦୯ (ଓଡ଼ିଆ ପୁଅ) : ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କଲାଣି। ଗତକାଲି ବିଜେପି ଯୁବନେତା ମନୋରଜଂନ ମେହେରଙ୍କୁ ଛୁରା ମାଡ କରି ମରଣାନ୍ତକ ଆକ୍ରମଣ କରାଯାଇଛି। ୨୦୧୮ ଉପନିର୍ବାଚନ ସମୟରେ ତାଙ୍କୁ ଗୁଳିମାଡ କରାଯାଇଥିଲା। ଶାସକ ବିଜେଡି ରକ୍ତମୁଖା ସାଜି ବିିରୋଧୀ ମାନଙ୍କୁ ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିଛି। ଏହା ବିରୁଦ୍ଧରେ ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅପରାଧୀକୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏହା ସହ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ବିଜେପୁରରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ଦାବି ପତ୍ର ପ୍ରଦାନ କରିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ଶୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିଜେପୁରରେ ପୁଣିଥରେ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଗତ ନିର୍ବାଚନରେ ସମାନ ଢଙ୍ଗରେ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରାଯାଇଥିଲା। ଶାସକ ଦଳ ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଥିବାରୁ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇଚାଲିଛନ୍ତି। ବିଜେପୁରରେ ଭୟର ବାତାବରଣ ସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡା ନଜର ରଖିବା ସହ ଏହି ଉପ ନିର୍ବାଚନକୁ ମୁକ୍ତ ଅବାଧ ଏବଂ ନିରପେକ୍ଷ କରାଯାଉ ବୋଲି ପ୍ରତିନିଧୀ ଦଳ ଦାବି କରିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।