Odiapua.com

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କୋରାପୁଟ ୦୧-୦୮ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ଢେପ ସାହିର ବି.ରିଙ୍କୁ(୨୦) ନାମକ ଜଣେ ଯୁବକ ପୁରୁଣା କୋରାପୁଟର ବି.ଅନୀତାଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣା ପଡିଛି। ବି.ଅନୀତା ରେଳବାଇ ବିଭାଗରେ ଚାକିରୀ କରୁଥିବାବେଳେ ସେ ଘରେ ନଥିବା ସମୟରେ ରିଙ୍କୁ ବେକରେ ଏକ ଶାଢି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନଥିଲେ ମଧ୍ୟ କେଉଁ ପରିସ୍ଥିତିରେ ରିଙ୍କୁ ଆତ୍ମହତ୍ୟା କରିଛି ତାକୁ ନେଇ ପୁଲିସ୍ ଖୋଲତାଡ ଆରମ୍ଭ କରିଛି। ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇ ତଦନ୍ତ କରା ଯାଉଛି।