Odiapua.com

ଯୁକ୍ତଦୁଇ ପରୀକ୍ଷା ; ପରୀକ୍ଷାର୍ଥି ଓ ପରୀକ୍ଷକଙ୍କୁ ଜଗିବ ସିସିଟିଭି କ୍ୟାମେରା

କୋରାପୁଟ ; ତା୦୬-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତାକାଲି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତଦୁଇ ବିଜ୍ଞାନ,  କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କୋରାପୁଟ ସରକାରୀ କଲେଜରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି।ଆସନ୍ତା ୩୦ତାରିଖରେ ପରୀକ୍ଷା ଶେହ ହେବ ବୋଲି ଜଣାପଡିଛି।ସକାଳ ୧୦ ଘଟିକାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏରେ ଶେଷ ବୋଲି ଜଣାପଡିଛି।ପ୍ରଥମ ଥର ନିମନ୍ତେ କୋରାପୁଟ ସରକାରୀ କଲେଜରେ ପରୀକ୍ଷାର୍ଥି ଓ ପରୀକ୍ଷକଙ୍କୁ ସିସିଟିଭି କ୍ୟାମେରା ଜଗିବ ବୋଲି ଜଣାପଡିଛି। କୋରାପୁଟ ସରକାରୀ କଲେଜର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ ପରୀକ୍ଷା ଅଧିକ୍ଷକ ଥିବା ବେଳେ ଡ . ଜେ.କେ.ତ୍ରୀପାଠୀ, କୋବିଦ ପ୍ରଧାନ ଓ ଏଚ.ବି. ନନ୍ଦ ଉପ-ଅଧିକ୍ଷକ ଥିବା ଜଣାପଡିଛି।

କୋରାପୁଟ ସରକାରୀ କଲେଜ ପରୀକ୍ଷା କେନ୍ଦ୍ରରେ ସମୁଦାୟ ୧୧୩୭ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବେ ବୋଲି ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ ସୂଚନା ଦେଇଛନ୍ତି।ଏହି କେନ୍ଦ୍ରରେକୋରାପୁଟ ସରକାରୀ କଲେଜ,  ବିଜ୍ଞାନ କଲେଜ ଓ ଟାଲେଟଂ କଲେଜର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ସରକାରୀ କଲେଜର ବିଜ୍ଞାନରେ ସମୁଦାୟ ୨୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଟାଲେଟଂ କଲେଜର ୨୫୩ ଜଣ ଛାତ୍ରଚାତ୍ରୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ସରକାରୀ କଲେଜର କଳାରେ ୨୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ସରକାରୀ କଲେଜର ବାଣିଜ୍ୟରେ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବିଜ୍ଞାନ କଲେଜର ୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ସରକାରୀ କଲେଜ ହବରୁ ଦଶମନ୍ତପୁର ଆଦିବାସୀ ମହାବିଦ୍ୟାଳୟ,  କୋରାପୁଟ ଆମ୍ବେଦକର ଓ କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟକୁ ସୁରକ୍ଷା ମଧ୍ୟରେ ପରୀକ୍ଷାଦିନ ସକାଳ ୭ ଘ.ରେ ପ୍ରଶ୍ନପତ୍ର ପଠାଯିବ ବୋଲି ସେ ପ୍ରକାଶ କରିଥିଲେ।ପରୀକ୍ଷାହଲକୁ ମୋବାଇଲ ଫୋନ ଓ ସ୍ମାର୍ଟ ଓାଚ ନେବା ଉପରେ କଟକଣା ଲଗାଯାଇଥିବା ସେ ପ୍ରକାଶ କରିଥିଲେ। ୧୬ ଟି ହଲରେ ୩୨ ଟି ସିସିଟିଭି କ୍ୟାମେରା ଲାଗିଥିବା ସେ ପ୍ରକାଶ କରିଥିଲେ।ନିଜ ପରିଶ୍ରମକୁ ନେଇ ପରୀକ୍ଷା ଦେବାକୁ ସେ ପରୀକ୍ଷାର୍ଥିମାନଙ୍କୁ ଆହ୍ୱାନ ଦେଇଥିବା ବେଳେ କୈାଣସି ଅସାଧୁ ଉପାୟ ଅବଲମ୍ବନ ନ କରିବାକୁ ପରାମର୍ଶ ଦେଇଥିଲେ।