Odiapua.com

ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ଜିଲ୍ଲାରେ ୧୯, ରାଜ୍ୟରେ ୧୧୧

ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ଆଜି ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରର ବସୁଦେବପୁରରେ। ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯ରେ ପହଂଚିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଛି। ଯାଜପୁର କରୋନା ଆକ୍ରାନ୍ତ ହେଉଛନ୍ତି କୋଲକାତା ଫେରନ୍ତା। ୩୪ ବର୍ଷୀୟ ଯୁବକ। ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି କଣ୍ଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲା ପ୍ରସାଶନ।

ତେବେ ଆଜି ବାଲେଶ୍ୱରରୁ ୬ ଜଣ, କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୩ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ଏହା ପୂର୍ବରୁ ସୋମବାରଦିନ ଆଉ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଜଣେ ବାଲେଶ୍ବର ଓ ଅନ୍ୟ ଜଣେ କୋରାପୁଟ ଜିଲାର। କୋରାପୁଟ ଜିଲାର ଆକ୍ରାନ୍ତ ଜଣଙ୍କ ୨୨ ବର୍ଷୀୟ ଯୁବକ। ସେ ଜଣେ ସ୍ବାସ୍ଥକର୍ମୀ ବୋଲି ଜଣାପଡ଼ିଛି।

ସେହିପରି ବାଲେଶ୍ବରରେ ଚିହ୍ନଟ ହୋଇଥିବା କରୋନା ରୋଗୀ ଜଣଙ୍କ ୩୨ ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।