Odiapua.com

ମୋ ସ୍କୁଲ ଅଭିଯାନ- ସରକାରୀ ବାଳିକା ବିଦ୍ୟାଳୟଠାରେ ବାଳିକା ଆତ୍ମରକ୍ଷା କୈାଶଳ ଓ କରାଟେ ଶିକ୍ଷାର ଶୁଭାରମ୍ଭ

କୋରାପୁଟ ; ତା୨୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବାଳିକା ଆତ୍ମରକ୍ଷା କୈାଶଳ ଓ କରାଟେ ଶିକ୍ଷାର ଶୁଭାରମ୍ଭ କରାଯାଇଥିବା ଜଣାପଡିଛିି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେକୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଓ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାର ସମା୍ମନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ସଂପ୍ରତି ପରିସ୍ଥିତିରେ ବାଳିକାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ର ମୁକାବିଲା କରିବା ତଥା ମାନସିକ ଓ ଶାରିରୀକ ସ୍ତରରେ ନିଜକୁ ସୁସ୍ଥ ରଖିବାରେ ଆତ୍ମରକ୍ଷା କୈାଶଳ ଏକ ଅସ୍ତ୍ର ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରକାଶ କରିଥିଲେ।କରାଟେ ପ୍ରଶିକ୍ଷକ ଦୁର୍ଗା ପ୍ରସାଦ ରଥ କରାଟେ ଶିକ୍ଷା ଦେଇଥିବା ବେଳେ ବାଳିକା ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷକ ଜ୍ୟୋତିରାଣୀ ଚୈାଧୁରୀ ବାଳିକା ଆତ୍ମରକ୍ଷା କୈାଶଳ ପ୍ରଦର୍ଶନ କରିଥିଲେ।ପ୍ରତି ସପ୍ତାହର ବୁଧୁବାର ଓ ଶନିବାର ଦିନ ଏହି ୨ ଶିକ୍ଷା ପ୍ରଦାନ କରାଯିବ ବୋଲି ଜଣାପଡିଛି।ମୋ ସ୍କୁଲ ଅଭିଯାନର ସଂଯୋଜିକା ସଂଗୀତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷୟତ୍ରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।