Odiapua.com

ମୋର ଇସ୍ତଫା ପତ୍ର ପ୍ରତ୍ଯାହର କରିନେଇଛି : ଲକ୍ଷ୍ମୀପୁର ପୁର୍ବତ୍ତନ ବିଧାୟକ କୈଳାସ କୁଲେସିକା

ଲକ୍ଷ୍ମୀପୁର, ୧୯।୮( ଓଡିଆ ପୁଅ/ଶରତ ନାୟକ-) – ଗତ ପ୍ରାୟ ଦେଢ଼ ମାସ ହେବ ଲକ୍ଷ୍ମୀପୁର ପୁର୍ବତ୍ତନ ବିଧାୟକ ନିର୍ବାଚନ ଅନୁଷ୍ଠିତ ମଣ୍ଡଳୀ ବ୍ଲକ ସ୍ତରୀୟ କିଛି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସେ ଦଳ ତ୍ଯାଗ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ।

ତେବେ ୧୮ ତାରିଖ ବୁଧବାର ଦିନ କୋରାପୁଟ ଜିଲା ସଦର ମହକୁମାରେ ସାଂସଦ ସପ୍ତଗିରି ଉଲ୍ଲାକା ଦ୍ବାରା ଆହୂତ ଏକ ବୈଠକରେ ଯୋଗ ଦେଇଥିବା ଯୋଗୁଁ ଜିଲା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ଜୟପୁର ବିଧାୟକ ତାରାପ୍ରସାଦ ବାହୀନୀ ପତିଙ୍କ ପତ୍ନୀ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀ ପତି କୈଳାସ ଙ୍କ ଇସ୍ତଫା ପ୍ରତ୍ଯାହର ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ନଥିବା କାରଣରୁ ସେ ଦଳରୁ ଇସ୍ତଫା ଦେବାପାଇଁ ଧମକ ଦେଇଛନ୍ତି।

ତେବେ କୈଳାସ କୁଲେସିକାଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ ମୁଁ ଦେଇଥିବା ଇସ୍ତଫା ପତ୍ରକୁ ପିସିସି ସଭାପତି ଗ୍ରହଣ କଲେ ନାହିଁ। ଏପରିକି ମୁଁ ଯେଉଁ ଦାବିଗୁଡିକୁ ମଧ୍ୟରୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ସହିତ ପ୍ରଭାରୀ ଚେଲା କୁମାର ପ୍ରମୁଖ ମୋତେ ପ୍ରତିଶ୍ରୁତି ଦେବାରୁ ମୋର ନିଷ୍ପତ୍ତି ମୁଁ ପରିବର୍ତ୍ତନ କଲି ବୋଲି ଶ୍ରୀ କୁଲେସିକା କହିଛନ୍ତି। ଅନ୍ଯପକ୍ଷରେ ମୁଁ ଇସ୍ତଫା ଦେଇଥିଲେ ମଧ୍ୟ କୌଣସି ଦଳରେ ଯୋଗଦେବା ପାଇଁ କେବେ କହିନାହିଁ। ଏହି ସବୁ ବିଷୟ ପ୍ରତି ଦୃଷ୍ଟି ଦେଇ ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତା ମାନେ ‘ମୋ’ ନେତୃତ୍ବରେ ନିର୍ବାଚନ ମଣ୍ଡଳୀରେ ଦଳକୁ ଆଗକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ମୋର ଇସ୍ତଫା ପତ୍ର ପ୍ରତ୍ଯାହାର କରିନେଇଥିଲି। ତେଣୁ ଆଜି ଅନୁଷ୍ଠିତ ବୈଠକରେ ଯୋଗଦେଲି ବୋଲି ସେ କହିଛନ୍ତି।