Odiapua.com

ମେଡିକାଲ କଲେଜର ମାସିକ ବୈଠକ: ଲାପ୍ରସ୍କୋପି ପ୍ରଣାଳୀରେ ହାରନିଆ ଅସ୍ତ୍ରୋପଚାର ସମ୍ବନ୍ଧୀୟ ଆଲୋଚନା

କୋରାପୁଟ ୦୩-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଷ୍ଠାଫ ଏକାଡେମିକ କାଉନସିଲର ମାସିକ ବୈଠକରେ ଲାପ୍ରସ୍କୋପି ପ୍ରଣାଳୀରେ ହାରନିଆ ଅସ୍ତ୍ରୋପଚାର ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଡିନ ପ୍ରଫେସର କୃଷ୍ଣ ଚନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମର ଉଦଘାଟନ କରିଥିବାବେଳେ କଟକର ଲାପ୍ରସ୍କୋପି ସର୍ଜନ ଡା.ଶକ୍ତି ସାହୁ, ଏସଏଲଏନ ମେଡିକାଲ କଲେଜର ସର୍ଜରୀ ବିଭାଗ ପ୍ରଫେସର ଜଗଦାନନ୍ଦ ମିଶ୍ର, ଡା.ଆଇ.ଗୋପାଲ, ଡା.ଶିବବ୍ରତ କର ଓ ଡା.ଭୂପତି ଦାଶ ପ୍ରମୁଖ ଯୋଗ ଦେଇ ଲାପ୍ରସ୍କୋପି ପ୍ରଣାଳୀରେ ହାରନିଆ ଚିକିତ୍ସା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଲାପ୍ରସ୍କୋପି ପ୍ରାଣାଳୀରେ ଦୁଇଜଣ ହାରନିଆ ରୋଗୀଙ୍କ ଅସ୍ତ୍ରୋପଚାର ଦୃଶ୍ୟ ଟେଲିଭିଜନ ମାଧ୍ୟମରେ ସିଧା ପ୍ରସାରଣ କରା ଯାଇ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମେଡିକାଲ କଲେଜର ସମସ୍ତ ବିଭାଗ ପ୍ରଫେସର, ବିଭାଗୀୟ ମୁଖ୍ୟ, ରେସିଡେଂଟ ସର୍ଜନ୍ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।