କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ,୧୩କେଏଲ) ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ(୬୦୦ଏଲପିଏମ)ର ଉତ୍ପାଦିକରଣ ଓ ବଂଟନ ବ୍ୟବସ୍ଥା ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧୁବାର ୯ ତାରିଖ ଦିନ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୋମବାର ଦିନ ମେଡିକାଲ କଲେଜ ହସପିଟାଲକୁ ଯାଇ ଶିଳାନ୍ୟାସ କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।ହସପିଟାଲ ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ ,ଓସ୍ୱାନର ଡିଜିଏମ ମନୋଜ ଦାସ କୋରାପୁଟ ପିଡବ୍ଲୁଡି ବିଭାଗର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର , ହସପିଟାଲ ମ୍ୟାନେଜର ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।