Odiapua.com

ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋରାପୁଟ;ତା୧୪-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ସ୍କୁଲ ପଛ ପାଖେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ କରା ଯାଇଛି। ମୃତଦେହଟି ତୋୟାପୁଟ ଗ୍ରାମର ମହେନ୍ଦ୍ର ଖୋସ୍ଲା(୪୭)ଙ୍କର ବୋଲି ଚିହ୍ନଟ ହୋଇଛି। ମହେନ୍ଦ୍ର ବୁଧବାର ରାତିରୁ ଘରକୁ ଫେରିନଥିଲେ। ପରିବାର ଲୋକ ଆଜି ଖୋଜାଖୋଜି କରୁଥିବାବେଳେ ଡୁମୁରିପଦର ସ୍କୁଲ ପଛ ପାଖେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ପରିବାର ଲୋକ ଘଟଣା ସ୍ଥଳକୁ ଯାଇଥିଲେ ଓ ଚିହ୍ନଟ କରିଥିଲେ। ମହେନ୍ଦ୍ରଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ କରା ଯାଉଛି। ତଦନ୍ତ ପରେ ସବୁ କିଛି ଜଣା ପଡିବ ବୋଲି ପୁଲିସ ସୂତ୍ରରୁ କୁହା ଯାଇଛି।