Odiapua.com

ମୁସୁରିଆଗୁଡାରେ ପୁସିଂବ୍ରିଜ ମଞୁର କରିବାକୁ ପୁନଃଶ୍ଚ ଦାବିପତ୍ର ପ୍ରଦାନ

କୋରାପୁଟ ୧୨-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ବ୍ଲକ ଅନ୍ତର୍ଗତ ମୁସୁରିଆଗୁଡା ନିକଟ ରେଳ ଲାଇନରେ ଏକ  ପୁସିଂବ୍ରିଜ  ମଞୁର କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ପୁନଃଶ୍ଚ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ରେଳବାଇ କର୍ତୂପକ୍ଷଙ୍କୁ ପୁସିଂବ୍ରିଜ ନିମନ୍ତେ ରେଳବାଇ କର୍ତୂପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିବା ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ସୂଚନା ଦେଇଛନ୍ତି ।ପୁସିଂବ୍ରିଜ ନିମନ୍ତେ ଅଟକଳ କରାଯାଉଥିବା କୁହାଯାଉଛି ଓ ସାତଦିନ ସମୟ ମାଗିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।ଯଦି ସାତଦିନ ମଧ୍ୟରେ ଏହା କରା ନ ଯାଏ ତେବେ ଗ୍ରାମାବାସୀମାନେ ରେଳରୋକୋ କରିବା ସହ ଡିଆରଏମ ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।ରେଳବାଇ କର୍ତୂପକ୍ଷ ମୁସିରିଆଗୁଡାଠାରେ ବେରିକେଡ କରି ରାସ୍ତା ଖୋଲିଦେଇଥିଲେ ତାହାକୁ ଗତ ମାସ ୨୬ ତାରିଖଦିନ ଅଟୋରିକ୍ସା ଯିବା ଭଳି ରାସ୍ତା ଖୋଲିଥିଲେ ଯାହାକି ଆମ୍ବୁଲାନସ ଯିବା ଆସିବା କରିବା କଷ୍ଟକର ହେଉଥିବା ସେ ସୂଚନା ଦେଇଛନ୍ତି   ା ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ନିମାଇଁ ସରକାର ,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , ବ୍ଲକ କଂଗ୍ରେସ ସଭାପତି ରମେଶ କୁମାର ବାଖ୍ୟା ,କଂଗ୍ରେସ ନେତା ରୁପକ ତୁରୁକ , ରମେଶ ଖରା,ଗୋପୀନାଥ ପଳେଇ ଓ  ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ  ା
ସୂଚନା ଯୋଗ୍ୟ ଯେକୋରାପୁଟ-ରାଣିଗଡ ରାସ୍ତାର ମୁସୁରିଆଗୁଡା ଛକରୁ ଲେଳ ଲାଇନ ପାରି ହୋଇ ମୁସୁୁରିଆଗୁଡା,ନାରିଆଗୁଡା,ମେଣ୍ଢାଗୁଡା,ଲାଟିଗୁଡା,ଛଡପଦର ଓ ଜର୍ଟି ଗ୍ରାମବାସୀ ନିଜ ନିଜ ଗାଁକୁ ଯିବା ଆସିବା କରି ଆସୁଥିଲେ । ଉପରୋକ୍ତ ଗ୍ରାମବାସୀ ଶହ ଶହ  ବର୍ଷ ପୂର୍ବରୁ ସେଠାରେ ବସବାସ କରି ଆସୁଛନ୍ତି,କୋତାବାଲସା-କେରଣ୍ଡୁଲ ରେଳ ଲାଇନ ୬୦ ଦଶକରେ ନିର୍ମାଣ ହେବା ପରେ  ଗ୍ରାମବାସୀମାନେ ରେଳ ଧାରଣା ଦେଇ ଅତି ବିପଦ ଜନକ ସ୍ଥିତିରେ ଯାତାୟତ କରନ୍ତି ।ସବୁ ଗାଁ  ଗୁଡିକ ଜିଲ୍ଲା ସଦର ମହକୁମା କୋରାପୁଟ ଠାରୁ ମାତ୍ର  ୫-୭ କିଲୋମିଟର ଦୂରରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନେ କୋରାପୁଟ ସହର ଉପରେ ନିର୍ଭର କରି ଥାଆନ୍ତି । ଲୋକଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ପିଲା ମାନଙ୍କ ପାଠ ପଢା ଓ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଲୋକେ କୋରାପୁଟ ସହର ଉପରେ ନିର୍ଭର କରନ୍ତି ।କିନ୍ତୁ ଗତ ୧୦ ତାରିଖରୁ କୌଣସି  କାରଣ ବଶତଃ ରେଳବାଇ କର୍ତୂପକ୍ଷ ବିନା ପୂର୍ବ ସୂଚନାରେ ଗ୍ରାମବାସୀ ଯାତାୟତ କରୁଥିବା ରେଳ ଲାଇନ ନିକଟରେ ବେରିକେଡ କରିବା ସହ ଉଭୟ ପାଖେ ନାଳ ଖୋଳି ରାସ୍ତା ବନ୍ଦ କରି ଦେଇଥିଲେ । ଫଳରେ ୬ଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥଲେ । ରେଳବାଇ କର୍ତୂପକ୍ଷ ଅଚାନକ ରାସ୍ତା ବନ୍ଦ କରିବାରୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇଯାଇଥିଲା  ାଗ୍ରାମବାସୀମାନେ ଗତମାସ ୧୫ ଓ ୨୨ ତାରିଖଦିନ ଶୋଭାଯାତ୍ରା କରି ଜିଲ୍ଲାପାଳ ଓ ରେଳବାଇ କର୍ତୂପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଗତମାସ ୨୬ ତାରିଖ ଦିନ ମୁସୁରିଆଗୁଡାଠାରେ ଗ୍ରାମବାସୀମାନେ ରେଳରୋକୋ କରିଥିଲେ ।ରେଳବାଇ କର୍ତୂପକ୍ଷ  ଏପ୍ରିଲ ମାସ ୧୦ ତାରିଖ ସୁଦ୍ଧା ପୁସିଂବ୍ରିଜ ନିମନ୍ତେ ଅଟକଳ ପ୍ରସ୍ତୁତ କରିବେ ଓ ରାସ୍ତା ଖୋଲିବାରୁ ରେଳରୋକରୁୁ ଗ୍ରାମବାସୀମାନେ ଓହରି ଯାଇଥିଲେ ।