Odiapua.com

ମୁରାନ ନାଳରେ ଯୁବକ ନିଖୋଜ

କୋରାପୁଟ ୨୯-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଦୁଆରଶୁଣୀ ପଂଚାୟତର ଜୋଡିଆଗୁଡା ଗ୍ରାମ ନିକଟ ମୂରାନ୍ କେନାଲରେ ଜଣେ ଯୁବକ ବୁଡି ଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଜଣକ ରାୟଗଡା ଜିଲା କାଶିପୁର ବ୍ଲକ ଡରସିଲ ପଂଚାୟତ ଶିଶଫାସ ଗ୍ରାମର ଉର୍ଦ୍ଧବ ସାହୁ(୩୫) ବୋଲି ଜଣା ପଡିଛି। ନିଖୋଜ ଉଦ୍ଧ୍ୱର୍ବଙ୍କ ଭାଇ ସହଦେବ ସାହୁଙ୍କ ନିକଟରୁ ହସ୍ତଗତ ସୂଚନା ଅନୁଯାୟୀ, ଉର୍ଦ୍ଧବ ନିଜ ସାନଭାଇ ଓ ପଡୋଶୀଙ୍କ ସହ ଗତକାଲି ନବରଙ୍ଗପୁର ଜିଲା ତେନ୍ତୁଳିଖୁଂଟି ବ୍ଲକ ଲମତାଗୁଡା ପଂଚାୟତର ଆଉଲିଗୁମ୍ମା ଗ୍ରାମକୁ ଏକ ଭୋଜିରେ ଯୋଗ ଦେଇ ଫେରୁଥିଲେ। ତେବେ ସେତବେଳେ ଘାଟରେ ଡଙ୍ଗା ନଥିବାରୁ ନିଶାଶକ୍ତ ଅବସ୍ଥାରେ ଥିବା ଉର୍ଦ୍ଧବ ପହଁରି ପହଁରି ଆର ପାରିକୁ ଯିବ କହି କେନାଲକୁ ଡେଇଁ ପଡିଥିଲେ। କିଛି ଦୂର ଯିବା ପରେ ଆଉ ଉର୍ଦ୍ଧବର ଦେଖା ମିଳିନଥିଲା। ମୂରାନ୍ ଡେମ୍ କେନଲରେ କେଉଁ ଆଡି ବୁଡି ଯାଇଥିଲେ। ଭାଇ ସହଦେବ ସାହୁଙ୍କ ଠାରୁ ଖବର ପାଇ ଦଶମନ୍ତପୁରରୁ ଅଗ୍ନିଶମ ବିଭାଗ ପହଂଚି ଖୋଜା ଖୋଜି କରିଥିଲେ ମଧ୍ୟ ଉର୍ଦ୍ଧବଙ୍କର କୌଣସି ପତା ମିଳି ପାରି ନାହିଁ।