Odiapua.com

ମୁରାନ ନଦୀରେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

କୋରାପୁଟ ; ତା୧୧-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଶୌଚ ପାଇଁ ଯାଇ ମଙ୍ଗଳବାରରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଆଜି ମୁରାନ ନଦୀରୁ ଉଦ୍ଧାର କରା ଯାଇଛି। ମୃତ ମହିଳା ଜଣକ ହେଲେ ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତ ପଦୁଗୁଡା ଗ୍ରାମର ବଳି ସାଉଁନ୍ତାଙ୍କ ପତ୍ନୀ ଲକ୍ଷ୍ମୀ ସାଉଁନ୍ତା(୩୦)। ମୃତ ଲକ୍ଷ୍ମୀ ମଙ୍ଗଳବାର ଅପରାନ୍ନରେ ନଦୀ କୂଳକୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରି ନପାଇବା ପରେ ଗୁରୁବାର ଦିନ ଦଶମନ୍ତପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅନୁସନ୍ଧାନ ଚଳାଇଥିବାବେଳେ ଶନିବାର ସକାଳେ ନଦୀରେ ଜଣେ ମହିଳାଙ୍କ ମୃତଦେହ ଭାଷୁଥିବା ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ଭାରପ୍ରାପ୍ତ ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି।