Odiapua.com

ମୁଖ୍ୟ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୋରାପୁଟ ୨୨-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ପ୍ରଦୀପ କୁମାର ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ସଂସ୍କୃତି ଭବନରେ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କ ପୌରହିତ୍ୟରେ ଆୟୋଜିତ ଏକ ସମାରୋହରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ସହକାରୀ ଜିଲାପାଳ ତଥା ଭାରପ୍ରାପ୍ତ ଡିଆଇପିଆରଓ ପ୍ରଧାନ ଟୁଲିଆମ୍ମା, ବିକ୍ରମ ଦେବ କଳା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ସମାରୋହରେ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।