Odiapua.com

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରପିଂରେ ପ୍ରଥମ କୋରାଇ ବ୍ଳ୍‌କ

ଯାଜପୁର ୨୯ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସ୍ତରୀୟ ଲୋକକଳା ଟ୍ରପିଂ ପ୍ରତିଯୋଗିତାରେ କୋରାଇ ବ୍ଳ୍‌କର ଲୋକକଳା ଦଳ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମଙ୍ଗଳବାର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାରେ ସମସ୍ତ ବ୍ଳ୍‌କ ଓ ପୌରାଞ୍ଚଳରୁ ଆସିଥିବା ଲୋକକଳା ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାଇ ବ୍ଳ୍‌କର ଅଜୟ କୁମାର ଦାଶଙ୍କ ପାଲା ଦଳ ପ୍ରଥମ ହୋଇଥିବା ବେଳେ ଦାନଗଦୀ ବ୍ଳ୍‌କର ଲୋକକଳା ଦଳ ପାଲା ଗାୟକ ଭାଗିରଥୀ ବାରିକଙ୍କ ନେତୃତ୍ୱରେ ଦ୍ୱିତୀୟ ହୋଇଥିଲେ। ସେହିପରି ବ୍ୟାସନଗରର ସମ୍ୱଲପୁରୀ ଲୋକକଳା ନୃତ୍ୟ ଯିଏ କି, ବିଶ୍ୱଜିତ୍ ସାହୁଙ୍କ ତତ୍ତ୍ୱାବଧାନରେ କଳା ପରିବେଷଣ କରିଥିଲେ। ସେମାନେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଜ୍ଜାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କୃତିତ୍ୱ ହାସଲ କରିଥିବା ଓ ଅଂଶ ଗ୍ରହଣକାରୀ ଲୋକକଳା ଦଳ ମାନଙ୍କୁ ଟ୍ରପିଂ ଓ ମାନପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରପେଂସର ରାଧାରମଣ ଦାସ, ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ମଲ୍ଲିକ, ଲୋକକଳା ଗବେଷକ ସତ୍ୟବ୍ରତ ଭାରତୀ ପ୍ରମୁଖ ଏଥିରେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଦାନଗଦୀ ବ୍ଳ୍‌କ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଟାଇପଜନିତ ତୃଟି ଯୋଗୁ ଦାନଗଦୀ ପରିବର୍ତ୍ତେ ରସୁଲପୁର ବୋଲି ସୂଚନା ବିଭାଗ ପକ୍ଷରୁ ଉଲ୍ଲେଖ ହୋଇଥିଲା। ଯାହାକି ଗଣମାଧ୍ୟମରେ ପ୍ରକାଶିତ। ଏହି ଅନିଚ୍ଚ୍ଥାକୃତ ତୃଟି ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।