Odiapua.com

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ଶୁଭରାମ୍ଭ

କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାରେ ରାଜ୍ୟ ସରକାରଙ୍କର ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଝିନ୍ନ ହିକକା,ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ଇଶ୍ୱର ଚନ୍ଦ୍ର ପାଣିଗ୍ରାହି,ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ,ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି , ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି , ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ,ସ୍ୱତନ୍ତ୍ର ବିକାଶ ପରିଷଦର ସଭ୍ୟ ପଦ୍ନନାଭ ଜାନି ,ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ବିଜେଡି ନେତା ରଘୁରାମ ମାଛ ,ଉକôଳ ରଂଜନ ନାୟକ , ଅଶ୍ୱିନୀ ସାହୁ , ତ୍ରୀନାଥ ପାତିକା , ସାହେବ ଖିଲ ,ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଷୋୟୀ , ଏସ .ଦଲପତି ପ୍ରମୁଖ ଯୋଗ ଦେଇ ମୁଁ ହିରୋ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜିଲାର ୫ଜଣ ହିରୋଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଉଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନୀତ କରା ଯାଇଥିଲା । ଜାତୀୟ ସ୍ତରରେ ଭାଗ ନେଇ ଆଦି ରାଣୀ ଉପାଧୀ ପାଇଥିବା ବୈପାରିଗୁଡା ବ୍ଲକ ସିରିବେଡା ଗ୍ରାମର କୁମାରୀ ପଲ୍ଲବୀ ଦୁକୁଆ, ସଙ୍ଗୀତ କ୍ଷେତ୍ରରେ ଆକାଶବାଣୀ ପକ୍ଷରୁ ଜାତୀୟ ସ୍ତର ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଥିବା କୋରାପୁଟର କୁମାରୀ ଅନ୍ମୟୀ ପଟ୍ଟନାୟକ,ଆନ୍ତାର୍ଜାତିକ ଦୃଷ୍ଟିହୀନ କ୍ରିକେଟର ସୁଖରାମ ମାଝି,ଆନ୍ତର୍ଜାତିକ ଯୁବ ଭଲବଲ ଖେଳାଳୀ ଲମତାପୁଟ ତୁସୁବା ଗ୍ରାମର ଚନ୍ଦ୍ର ମୁଦୁଲି ଏବଂ ବିଜୁ ପଟ୍ଟନାୟକ ସାହାସୀ ପୁରଷ୍କାର ପାଇଥିବା ନାରାୟଣପାଟଣା ହରିଜନ ସାହିର ହରି ଚନ୍ଦ୍ର ହିଆଲଙ୍କୁ ମୁଁ ହିରୋ ଭାବେ ଉପଢୈାକନ ଓ ସିଲଡ ଦେଇ ସମ୍ମାନୀତ କରା ଯାଇଥିଲା । ପିଡି ଡିଆରଡିଏ ଦେବେନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡୁଡା ପିଡି ମଧୁମିତା ନାୟକ ,ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ,ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଚ୍ଚନାୟକ,ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା,ଏପିଡି ହିମାଂଶୁ ଶତପଥିଉପସ୍ଥିତ ଥିଲେ । ୨ ସପ୍ତାହ ପର୍ଯ୍ୟନ୍ତ ଉକ୍ତ ରଥ ଜିଲ୍ଲାର ବିଭିନ୍ନ କଲେଜ ଓ ବ୍ଲକ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।