ମାଲକାନଗିର,୧୭ ।୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡ ଧରଣର ସଫଳାତା ମିଳିଛି । ପୁଲିସ ଆଖିରେ ଧୂଳିଦେଇ ଦିନଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଲୁଟକରୁଥିବା ଦୁଇଜଣ ଆନ୍ତରାଜ୍ୟ ଲୁଟେରାଙ୍କୁ ମାଲକାନଗିରି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରବଣ ବିବେକ ଏମ ଗିରଫ ଦୁଇ ଲୁଟେରା ଙ୍କୁ ପ୍ରଦର୍ଶନ କରି ସେମାନଙ୍କ କାରନାମା ସଂପର୍କରେ ସୁଚନା ଦେଇଛନ୍ତି । ମାଲକାନଗିରି ପୁଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଡାଉକରି ଏହି ଦୁଇ ଲୁଟେରାଙ୍କୁ ଗିରଫକରିବା ରେ ସଫଳ ହୋଇଥିଲେ । ଗିରଫ ଦୁଇଜଣ ଗଜାଂମ ଜିଲ୍ଲା ଭଜଂନଗର ଥାନା ଅଚଂଳର ଏମ.ଚିରଜିଂବୀ(୩୦) ଓ ଆଉଲା ରକି(୨୮) ଏହି ଦୁଇଜଣ ଏକ କଳା ରଙ୍ଗର ସୁଜିକ ବାଇକରେ ଆସି ମାଲକାନଗିରି ଜିଲ୍ଲାସଦର ମହକୁମାର ମାନସ ରଜଂନ ମହାନ୍ତିଙ୍କ ବାଇକର ଡିକି ଭାଙ୍ଗି ସେଥିରୁ ୬୦ହଜାର ଟଙ୍କା ଲୁଟ କରିନେଇଥିଲେ । ଗତ ମାସ ୧୦ତାରିଖରେ ମାନସ ଏସବିଆଇ ବ୍ୟାଙ୍କରୁ ୧,୫୦,୦୦୦ ଟଙ୍କା ଉଠାଇ ତାଙ୍କ ବାଇକ ଡିକିରେ ରଖି ନିଜ ଘରକୁ ଯାଇଥିଲେ । ଘର ଆଗରେ ବାଇକଟି ଥିଲା, ଏହି ଦୁଇ ଲୁଟେରା ସେଠାକୁ ଆସି ତାଙ୍କ ବାଇକ ଡିକି ଭାଙ୍ଗି ଥିଲେ , କଣ ଗୋଟିଏ ଶଦ୍ଧହେଲା ବୋଲି ମାନସଙ୍କ ବାପା ବାହରକୁ ଆସି ଦେଖିବାରୁ ଏହି ଦୁଇଜଣ ତରବରିଆ ଭାବେ ଡିକିରୁ ୬୦ହଜାର ଟଙ୍କା ନେଇ ଦୃତ ଗତିରେ ପଳାଇଥିଲେ । ସଙ୍ଗେ ସଙ୍ଗେ ମାନସ ଓ ତାଙ୍କର ସାଙ୍ଗ ମାନେ ଏହି ଦୁଇ ଲୁଟେରାଙ୍କ ପିଛାକରି ସେମାନଙ୍କୁ ପାଇନଥିଲେ । ପରେ ଥାନାରେ ଏତଲା ଦେଇଥିଲେ । ସେହି ଏତଲା କୁ ଭିତି କରି ମାଲକାନଗିରି ଥାନାପୁଲିସ ତଦନ୍ତ ଆରମ୍ଭ କରିଦେଇଥିଲେ ।