Odiapua.com

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫ କୋଟି ଟଙ୍କାର ଗଞ୍ଜେଈ ଗଛ ପୋଡି

ମାଲକାନଗିରି, ୧୫।୧୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ,ଏସ୍ ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠ୍ ଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ପୁଲିସ ଓ ବନ ବିଭାଗ ପକ୍ଷରୁ ମାଲକାନଗିରି ଥାନାସ୍ଥ ବାପନପାଲି ଜଙ୍ଗଲ ଜମିରେ କରାଯାଇଥିବା ୩୬ ଏକର ବେଆଇନ ଗଞ୍ଜେଈ ଚାଷ ଉପରେ ଚଢଉ କରି ୫୪୦୦୦ ଟି ଗଞ୍ଜେଇ ଗଛ ଗଛ କାଟି ପୋଡି ଦେଇଛନ୍ତି। ଏହି ଗଞ୍ଜେଇ ଗଛର ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।