ମାଲକାନଗିରି,୨୨ା୧୧(ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣନାୟକଙ୍କ ୧୧୯ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି , ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନାଙ୍କ ପୌରହିତରେ ଅନୁଷ୍ଟିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଡିଏଫଓ ପ୍ରଦୀପ ଦେବଦାସ ମିରୋସ,ଉପଜିଲ୍ଲାପାଳ ରାମେଶ୍ୱରପ୍ରଧାନ,ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ପୌପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଣ୍ଠ ନାଇଡୁ,ଓଡିଶା ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ପଡିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ସମାଜସେବୀ ଭାସ୍କର ବେହେରା,ଦୁର୍ଯ୍ୟଧନପାତ୍ର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶହୀଦ ଲକ୍ଷ୍ଣନାୟକ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାଧୀନତା ଆନ୍ଦୋଳଳନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଅତ୍ୟନ୍ତ ମହାନଥିଲା,ତାଙ୍କ ଦେଶପ୍ରେମ ସଂପର୍କରେ କହି ସ୍ମୁତିଚାରଣ କରିଥିଲେ ।