ମାଲକାନଗିରି,୨୬ା୩(ଓଡିଆ ପୁଅ ) ବିଶ୍ୱଜନପ୍ରାଣୀଙ୍କ ର କଲ୍ୟାଣ ନିମନ୍ତେ ବିଶ୍ୱପିତାଙ୍କର ଶାନ୍ତି ଓ ସୁକୃପା ପ୍ରାପ୍ତି ପାଇଁ ମାଲକାନଗିରି ଜିଲ୍ଲା ସଦରମହକୁମା ଡିଏନକେ ନିକଟରେ ସାଧୁଭକ୍ତ ସମିତି କୌପୀନଧାରୀ ମହିମା ସମାଜ ପକ୍ଷରୁ ଗତ ଦୁଇଦିନି ଧରି ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ଓ ମାଲ୍ୟବନ୍ତ ମହିମା ମେଳା ଆଡମ୍ବର ସହକାରେ ଅନୁଷ୍ଟିତ ହୋଇଯାଇଛି । ଗତ କାଲି ମହୀମା ସାଧୁଭକ୍ତଙ୍କ ଆଗମନ ପରେ ପ୍ରାତଃ ଅଲେଖ ମହିମା ପ୍ରଭୁଙ୍କ ନାମରେ ବ୍ରହ୍ମଧୂନୀ କରା ଯାଇ ଅଖଣ୍ଡ ଧ୍ୱନୀ ବତୀ ଓ ଯଜ୍ଞ ଓ ଝାଡଦୀପ ପ୍ରଜ୍ୱଳନ,ସମବେତ କଠଂରେ ଅର୍ଘ୍ୟ ଆହୁରଣ,ସମବେତ ପ୍ରାର୍ଥନା,ରାତ୍ରତମାମ ଧର୍ମସଭା,ମହିମା ନାମଭଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରୁ ପରିବ୍ରାଜକ ମହିମା ସନ୍ୟାସି ଶେଷଦେବବାବା ସନ୍ଥଭୀମ ଭୋଇ ଙ୍କ ବାଣୀ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ, ଓ ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି,ସକଳ ଘଟରେ ପୁରି ସମାନରେ ନୋହେ ସାନ ବଡ କରି ପଂକ୍ତି ଓ ନିତୀବାଣୀର ସାର ମର୍ମ ଭକ୍ତମାନଙ୍କୁ ବୁଝାଇବା ସହ ମହୀମା ଅଲେଖ ଙ୍କ ସଂପର୍କରେ ପ୍ରବଚନ ଦେଇଥିଲେ । ଆଜି ପ୍ରାତଃ ୪ଟା ସମୟରେ ଅଲେଖ ମହିମା ପ୍ରଭୁଙ୍କ ନାମରେ ଅମୁଣିଆ ପ୍ରସାଦ ଅର୍ପଣ,ସପ୍ତାମୃତ ପଣା ପାଣି,ବାଳଭୋଗ, ଚୂଡାଟେକା, ନଗରପରିକ୍ରମା, ପ୍ରସାଦସେବନ, ସହିତ ଅନ୍ୟାନ କାର୍ଯ୍ୟକ୍ରମକରା ଯାଇଥିଲା । ଏହି ଅଲେଖ ମହୀମା ମେଳାରେ ଯୋରନ୍ଦା ମହୀମା ଗାଦି ର ବାବା ବିଣା ଦାସ,ବାବା ସଦା ଦାସ,ଙ୍କ ସହିତ ଅଭିଭିକ୍ତ କୋରାପୁଟ ଜିଲ୍ଲାର ମହିମା ସନ୍ୟାସି ସଭାପତି ଶିବଚରଣ ବାବା, ପ୍ରମୁଖ ଶତାଧିକ ଭକ୍ତ ମହୀମା ସାଧୁ ସନ୍ଥ ଉପସ୍ଥିତ ରହି ଅଲେକ ମହୀମାଙ୍କ ଭଜନ,ସମବେତ ପ୍ରାର୍ଥନା କରିଥିଲେ । ଏହି ବିଶ୍ୱଶାନ୍ତି ଅଖଣ୍ଡ ଯଜ୍ଞରେ ଅଭିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡା,ମାଲକାନଗିରି, ସୀମାନ୍ତ ଛତିଶଗଡ, ଆନ୍ଦ୍ର ପ୍ରଦେଶର ଶତାଧିକ କୌପୀନଧାରୀ ମହିମା ବାବା ଯୋଗଦେଇ ହୋମ ଯଜ୍ଞ ସହିତ ଅଲେଖ ମହିମା ଧର୍ମ ସଂପର୍କରେ ପ୍ରବଚନ ଦେଇଥିଲେ ।