Odiapua.com

ମାନସିକ ଦିବ୍ୟାଙ୍ଗ ନିଖୋଜ ଘଟଣା ; ଲୁହଭରା ଚକ୍ଷୁରେ ପୁଅକୁ ଖୋଜିଆଣିବାକୁ ନିବେଦନ କଲା ମା

କୋରାପୁଟ ; ତା୦୧-୦୭-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟରୁ ଗତମାସ ୧୮ ତାରିଖରୁ ପ୍ରଶିକ୍ଷଣ ନେବାକୁ ଭୁବନେଶ୍ୱର ଯାଇ ଜଣେ ମାନସିକ ଦିବ୍ୟାଙ୍ଗ ଯୁବକ ଗତମାସ ୨୦ ତାରିଖରୁ ନିଖୋଜ ହୋଇଥିବା ସତ୍ୱେ ନ ମିଳିବାରୁ ପରିବାର ଓ ଗ୍ରାମବାସୀ କୋରାପୁଟ ଆସି ଜିଲ୍ଲାପାଳଙ୍କୁ ଭେଟିଥିବା ଜଣାପଡିଛି।କୋରାପୁଟ ବ୍ଲକ ଅନ୍ତର୍ଗତ ଦଳେଇପୁଟ ଗ୍ରାମର ରମେଶ ରଥଙ୍କ ଏକମାତ୍ର ମାନସିକ ଦିବ୍ୟାଙ୍ଗପୁତ୍ର ଚୈତନ୍ୟ ରଥ ପ୍ରଶିକ୍ଷଣ ନେବାକୁ ଭୁବନେଶ୍ୱର ଯିବ ବୋଲି ଅଧିକାରୀମାନେ କହିବାରୁ ଗତମାସ ୧୮ ତାରିଖଦିନ ପୁଅକୁ କୋରାପୁଟ ବ୍ଲକ ଅଫିସର ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ଛାଡିଦେଇଥିଲୁ ମା ଜାନକୀ ରଥ ପ୍ରକାଶ କରିଥିଲେ।ଗତ ୨୪ ତାରିଖ ଦିନ କୋରାପୁଟର ଜଣେ ଅଧିକାରୀ ଏକ କାଗଜପତ୍ର ଆଣି ତୁମ ପୁଅ ହଜି ଯାଇଛି ବୋଲି କହିଥିଲେ ବୋଲି ସେ ସୂଚନା ଦେଇଥିଲେ।ମୋ ପୁଅକୁ ମୁଁ ଏ ପର୍ଯ୍ୟନ୍ତ ପାଇନାହିଁ ବୋଲି ଲୁହଭରା ଚକ୍ଷୁରେ ଦୁଃଖୀ ମା ପ୍ରକାଶ କରିବା ସହ ମୋର ପୁଅକୁ ଖୋଜିଆଣ ବୋଲି ସେ ଜିଲ୍ଲାପ୍ରଶାସନ ନିକଟରେ ନିବେଦନ କରିଥିଲେ।୨୦ ତାରିଖରୁ ଚୈତନ୍ୟ ହଜିଲା କିନ୍ତୁ ଜିଲ୍ଲାପ୍ରଶାସନ ୨୪ ତାରିଖରେ ି ଜଣେଇଲେ ଆଗରୁ କାହିଁକି ଜଣେଇଲେ ନାହିଁ ବୋଲି ଗ୍ରାମର କୃଷ୍ମଚନ୍ଦ୍ର ପାତ୍ର ପ୍ରଶ୍ନ କରିଥିଲେ।ତୁରନ୍ତ ନିଖୋଜକୁ ଖୋଜିଆଣ ନ ହେଲେ ଆମ୍ଭେ ଅନଶନ କରିବୁ ବୋଲି ସେ ଚେତାବନୀ ଦେଇଥିଲେ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପରିବାର ଓ ଗ୍ରାମବାସୀ ଭେଟି ଖୋଜି ଆଣିବାକୁ ନିବେଦନ କରିଥିଲେ।କୋରାପୁଟ ଶ୍ରମ ଓ ସାମାଜିକ ସୁରକ୍ଷା ବିଭାଗ ମିଳିତଭାବେ ଖୋଜାଖୋଜି କରିବାକୁ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟଠାରେ ଗତ ଫେର୍ବୁଆରୀମାସରେ ଆୟୋଜିତ ପରାମର୍ଶ କର୍ମଶାଳାରେ ଚୈତନ୍ୟ ଯୋଗଦେଇଥିଲେ ଓ ଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ଯିବାକୁ ରାଜି ହୋଇଥିବାରୁ ଡିଡିଆରସି ଦଳ ସହ ସେ ୧ ୮ ତାରିଖରେ ରେଲଯୋଗେ ଭୁବନେଶ୍ୱର ଯାଇଥିଲେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର ପ୍ରକାଶ କରିଥିଲେ।ଗତ ୧୯ ତାରିଖରେ ସେ ଏନସିଏସଡିସିଏ କେନ୍ଦ୍ରରେ ପହଂଚିଥିଲେ।ଉକ୍ତ କେନ୍ଦ୍ରରୁ ୨୦ ତାରିଖ ସଂଧ୍ୟାରେ କେନ୍ଦ୍ରରୁ କିଛି କିଣାକିଣି କରିବାକୁ ଯାଇ ଆଉ ଫେରି ନ ଥିଲେ ବୋଲି ସେ ସୂଚନା ଦେଇଥିଲେ।ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଏକ ନିଖୋଜ ଏତାଲା ୨୧ ତାରିଖ ଦିନ ଏନସିଏସଡିସିଏର ଅଫିସ ଅଧିକ୍ଷକ କପିଳେଶ୍ୱର ବଡି ପ୍ରଦାନ କରିଥିବା ସେ ପ୍ରକାଶ କରିଥିଲେ।ମାନଓ ଅନୁଷ୍ଠାନର ତ୍ରୀନାଥ ପ୍ରଧାନୀ ଓ ସଂପର୍କିୟ ୨ ଜଣ ଭୁବନେଶ୍ୱର ଯାଇ ଖୋଜାଖୋଜି କରିଥିଲେ କିନ୍ତୁ ନ ପାଇ ଫେରିଆସିଥିବା ସେ ସୂଚନା ଦେଇଥିଲେ।ଏଠି ପ୍ରଶ୍ନ ଉଠୁଛି ଯେ ୨୦ ତାରିଖ ସଂଧ୍ୟାରେ ଚୈତନ୍ୟ ନିଖୋଜ ହେଲେ କିନ୍ତୁ ଉକ୍ତ ଅନୁଷ୍ଟାନ କଣ ପାଇଁ ୨୪ ତାରିଖରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ରଦ୍ୱାରା ଜଣେଇଲେ।ନିଖୋଜ ହେବା ସଙ୍ଗେ ସଙ୍ଗେ ତୁରନ୍ତ ଉକ୍ତ ଅନୁଷ୍ଠାନ ଜିଲ୍ଲା ପ୍ରଶାସନ ଓ ପରିବାରବର୍ଗଙ୍କୁ ଅବଗତ କରାଇବାର ଦାୟିତ୍ୱ ଥିଲା କି ନାହିଁ ତାହା ତଦନ୍ତ ସାପେକ୍ଷ ଅଟେ।ବିନା ଏସ୍କଟରେ ସେ କିପରି ବାହାରକୁ ଗଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ଅଟେ।ନିଖୋଜ ଚୈତନ୍ୟଙ୍କୁ ଖୋଜିବା ସହ ଏଥିପାଇଁ କିଏ ଦାୟୀ ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।