Odiapua.com

ମାନବାର ପଂଚାୟତରେ ୪୮୬ ଟି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ

କୋରାପୁଟ ୦୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତରେ  ଏ ପର୍ଯ୍ୟନ୍ତ ୪୮୬ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି ।ପଂଚାୟତରେ ସମୁଦାୟ ୧୦୦୬ ଜଣ ହିତାଧକାରୀ ରହିଥିବା ପଂଚାୟତ ନିର୍ବାହୀ ଅଧିକାରୀ ରଣଞ୍ଜିତ ପଟନାୟକ ସୂଚନା ଦେଇଛନ୍ତି ।ଅଲ୍ପଦିନ ମଧ୍ୟରେ ବାକିଥିବା ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଆଜି ନାରିଆଗୁଡା ଗ୍ରାମର ହିତାଧିକାରୀମାନେ ପଂଚାୟତକୁ ଆସି କାର୍ଡ ନେଇଥିଲେ ।ନବୀନ ସରକାର ଆମ୍ଭମାନଙ୍କ ପାଇଁ ସବୁବେଳେ ଭଳ ଯୋଜନା କରୁଛନ୍ତି ।ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇ ଗ୍ରାମାବସୀମାନେ ଖୁସି ପ୍ରକଟ କରିଥିଲେ ।