Odiapua.com

ମାନବାରରେ ଓଡିଶା ପୁଷ୍ଟି ମହୋତ୍ସବ

କୋରାପୁଟ ୧୨-୧୨(ଓଡିଆ ପୁଅ /ରଂଜନ ଦାସ)ଓଡିଶା ଜୀବିକା ମିଶନ ଆନୁକୁଲ୍ୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଓଡିଶା ପୁଷ୍ଟି ମହୋତ୍ସବ ଆୟୋଜିତ ହୋଇଯାଇଛି ।କିଶୋରୀ ବାଳିକା ,ନବ ବିବାହିତା ଓ ଗର୍ଭବତୀ ମହିଳା ଏବଂ ଦୁଇ ବର୍ଷରୁ କମ ଶିଶୁଥିବା ମା ମାନଙ୍କ ନିମନ୍ତେ ପ୍ରଦର୍ଶନୀ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ସଂପର୍କରେ ସଚେତନତା କରାଯାଇଥିଲା ।ଏହି ଅବସରରେ ବିଭିନ୍ନ ପ୍ରକାର ପରିବା ,ପୁଷ୍ଟି ଥାଳି,ମାଣ୍ଡିଆରେ ପ୍ରସ୍ତୁତ ପୁଷ୍ଟିକର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଏମବିକେ ହସାଇ ଜାନି ପରିଚାଳନା କରିଥିବା ବେଳେ ରୀନା ଜାନି,ମଙ୍ଗୁଳୀ ଗୈାଡ,ଧନପତି ଗୈାଡ,ରୀତା ହିଆଲ,ଲକ୍ଷ୍ମି ଟାକ୍ରୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।କିଶୋରୀ ବାଳିକା ଓ ମହିଳାମାନଙ୍କ ମଧ୍ୟରେ ସଂଗୀତ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃୁତ କରାଯାଇଥିଲା ।