Odiapua.com

ମାଟ୍ରିକ ପରୀକ୍ଷା- କୋରାପୁଟ ଜିଲ୍ଲାରେ ପରୀକ୍ଷା ଦେଲେ ୧୪ ହଜାର ୨୩୯

କୋରାପୁଟ ; ତା୨୨-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଆଜି ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲ୍ଲାରେ ୧୪ ହଜାର ୨୩୯ ଜଣ ପିଲା ପରୀକ୍ଷା ଦେଇଥିବା ଜଣାପଡିଛି।ବାର୍ଷିକ ଏଚଏସସିରେ ୧୪ ହଜାର ୨୧ ଜଣ ଫର୍ମପୂରଣ କରିଥିବା ବେଳେ ଆଜି ୧୩ ହଜାର ୭୫୧ ଜଣ ପିଲା ପରୀକ୍ଷା ଦେଇଥିବା ଜଣାପଡିଛି।୨୭୦ ଜଣ ପିଲା ଅନୁପସ୍ଥିତ ରହିଥିଲେ।ଏସଓଏସସିରେ ୬୫୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ୪୮୧ ଜଣ ପରୀକ୍ଷା ଦେଇଥିଲେ ଓ ୧୭୮ ଜଣ ଅନୁପସ୍ଥିତ ରହିଥିଲେ ବୋଲି ଜଣାପଡିଛି।ସେହିପରି ମଧ୍ୟମାରେ ୧୨ ଜଣ ଫର୍ମପୂରଣ କରିଥିବା ବେଳେ ୭ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ ରହିଥିଲେ ବୋଲି ଜଣାପଡିଛି।ସୁବାଇ ଏସଏସଡି ବାଳିକା ବିଦ୍ୟାଳୟ କେନ୍ଦ୍ରର ୩ ଜଣ ପରୀକ୍ଷାର୍ଥି ଏମପିରେ ବୁକ କରାଯାଇଥିବା ସ୍କ୍ୱାର୍ଡର ସଦସ୍ୟ ପ୍ରଫୁଲ୍ଲ କୁମାର ମିଶ୍ର ସୂଚନା ଦେଇଥିଲେ।