କୋରାପୁଟ ;ତା୩୦-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରୀ ପଂଚାୟତର ମାଛରାଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପଂଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।ରାଜ୍ୟ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କୁ ଶତାଧିକ ବିଜେଡି କର୍ମି ମଟରସାଇକେଲ ର୍ୟାଲି କରି ସ୍ୱାଗତ କରିଥିଲେ।ପାରମ୍ପରିକ ନାଚଗୀତ ମାଧ୍ୟମରେ ଗ୍ରାମବାସୀମାନେ ମନ୍ତ୍ରୀ ତଥା ବିଜେଡିର ନେତାମାନଙ୍କୁ ସଭାସ୍ଥଳକୁ ନେଇଯାଇଥିଲେ।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟ ଅତିଥି ଯୋଗଦେଇ ରାଜ୍ୟର ବିଜେଡି ସରକାର କୋରାପୁଟ ଜିଲ୍ଲାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ଭଳି୨ ଟି ବଡ ପ୍ରକଳ୍ପ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ବିଜୁ ସ୍ୱାସ୍ଥ୍ୟ କଲୟାଣ ଯୋଜନା ଆରମ୍ଭ କରିଛନ୍ତି ଯେଉଁଥିରେ ମହିଳାମାନେ ୭ ଲକ୍ଷ ଟଙ୍କା ବିମାଭୁକ୍ତ ହୋଇପାରିବେ ବୋଲି ସେ ସୂଚନା ଦେଇଥିଲେ।ଖାଦ୍ୟ ସୁରକ୍ଷା ଯୋଜନାରେ ବଳକା ହିତାଧିକାରୀମାନେ ମଧ୍ୟ କାର୍ଡ ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ଓ ରଘୁରାମ ପଡାଲ, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ସଦସ୍ୟ ମଦନ କିରସାନି, ଉପସଭାପତି ତ୍ରୀପୁରାରୀ ଗରଡା, ରଘୁରାମ ମାଛ, ବ୍ଲକ ସଭାପତି ସାହେବ ଖିଲ, ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି, ଲଲାଟ ରଂଜନ ସେଠୀ, ସଂପାଦକ ଉତ୍କଳ ରଂଜନ ନାୟକ, ଅଶ୍ୱିନୀ ସାହୁ, ଶିବ ପଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନତା କରିଥିଲେ।କୋରାପୁଟ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କର୍ମଶାଳାରେ ପ୍ରାୟ ୧ ହଜାର ପୁରୁଷ ଓ ମହିଲା ମାନେ ଯୋଗଦେଇଥିଲେ।
ଏହା ନିର୍ବାଚନ ପ୍ରଚାର ନୁହେଁ ବିଜେଡି ଦଳର କର୍ମଶାଳା ବୋଲି ରାଜ୍ୟ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ସୂଚନା ଦେଇଥିଲେ।ଏହା କର୍ମିମାନଙ୍କ ସଚେତନତା ସହ ଭୋଟରମାନଙ୍କ ପାଖରେ ଦଳ ପହଂଚିପାରୁଛି ବୋଲି ସେ ପ୍ରକାଶ କରିଥିଲେ। ଗୋଟିଏ ପଂଚାୟତରେ ଯେଭଳି ଜନସମାଗମ ହୋଇଛି ଏଥିରୁ ସ୍ପଷ୍ଟ ଅନୁମେୟ ଯେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ପ୍ରତି ଜନସମର୍ଥନ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।