Odiapua.com

ମାଗଣାରେ ସରକାର ଦେଉଥିବା କୋଭିଡ ଟିକା ଉପରେ ଲୋକେ ବିମୁଖ କାହିଁକି ?

ବରଗଡ ୮-୬ (ଓଡ଼ିଆ ପୁଅ/ସଚିଦାନନ୍ଦ ପାତ୍ର): ସ୍ୱାଧୀନ ଭାରତରେ ସବୁ ସ୍ୱାଧିନ ହୋଇଗଲା। ମାତ୍ର ଭଲକଥା କୁ ଲୋକେ ଗ୍ରହଣ କରୁନାହାନ୍ତି କାହିଁକି ? କାହିଁକି ନା ଦେଶରେ ବେଲେଟ ବକ୍ସ ପାଇଁ ସରକାର ଅନେକ ଯୋଜନା ମାନ ପ୍ରଣୟନ କରିବାରେ ଲାଗିଛନ୍ତି। ଦେଶ ର ଭବିଷ୍ୟତ କୁ ଦୂର ଦୃଷ୍ଟି ରେ ନ ଦେଖିବା ଏକ ସାଙ୍ଘାତିକ ବ୍ୟାଧି। ସରକାର ଚିକିତ୍ସାଳୟ ରେ ମାଆ ଛୁଆ ଜନ୍ମ କଲେ ମାଗଣା ମିଳେ ଆର୍ଥିକ ସହାୟତା, ଏଇଠି ଚୁଲି କୁ ଗଲା ଏକ ବା ଦୁଇଟି ସନ୍ତାନ ଯଥେଷ୍ଟ ନାରା। ଏହା ଜନସଂଖ୍ୟା ବୃଦ୍ଧି ର କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ମିଳିଲା ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୁଇଟଙ୍କିଆ ଚାଉଳ ମିଳିଲା, ଭତ୍ତା ମିଳିଲା ମାଗଣା ଇତ୍ୟାଦି ଇତ୍ୟାଦି।କୋଟିକୋଟି ଟଙ୍କା ଖର୍ଚ୍ଚ ହୂଏ ଏଇ ବାବଦରେ। ହେଲେ ମଧ୍ୟ ମାଗଣାରେ ସରକାର ଯୋଗାଇ ଦେଉଥିବା କୋଭିଡ ଭ୍ୟାକସିନ ଉପରେ ଲୋକେ ବିମୁଖ ହେବା ଦୁଃଖ ର ବିଷୟ ଅଟେ। ଯଦି ସରକାର ଯୋଗାଇ ଦେଉଥିବା ସହାୟତା ଭତ୍ତା ରେ ଲଗାମ ଦେଇ ଏହାକୁ ସାମିଲ କରନ୍ତେ ତେବେ ବିପିଏଲ ରେ ଅନ୍ତର୍ଭୁକ୍ତ ଅଗଣିତ ଜନସାଧାରଣ ନିଶ୍ଚିତ ଟିକା ନିଅନ୍ତେ ଏବଂ ଏଇଠି ସୁଚାଇଦେବା କଥାଯେ, ଯେଉଁ ପରିବାର ସରକାର ଙ୍କ ସୁବିଧା ସୁଯୋଗ ପାଇବାକୁ ଚାହାଁନ୍ତି ତେବେ ସରକାର ଙ୍କ କଥାମାନି ଟିକା ନିଅନ୍ତୁ ନ ହେଲେ ସମସ୍ତ ସରକାରୀ ଅନୁଦାନରୁ ବଞ୍ଚିତ ହେବେ ବୋଲି ଯଦି ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରନ୍ତି ତେବେ ଆମେ ଆମ ଓଡ଼ିଶା କୁ କରୋନାମୁକ୍ତ ନିଶ୍ଚୟ କରିପାରିବା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଟିକାଦେବାପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ଗାଁ କୁ ଯାଇ ଲୋକଙ୍କୁ ପ୍ରବର୍ତ୍ତାଇଲେ ମଧ୍ୟ ଲୋକେ ଟିକାନେବାରେ ପଛଘୁଞ୍ଚା ଦେଉଥିବା ଜଣାପଡିଛି। ତେଣୁ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଟିକାଦାନ କଲେ କିଏ ନେଲା କିଏ ନ ନେଲା ତାହା ବାରିହୋଇ ଯାଆନ୍ତା ଏବଂ ଏଇ ସରକାରୀ ସୁବିଧା କୁ ହାତେଇବା ପାଇଁ ନିଶ୍ଚିତ ରୂପେ ଲୋକେ ଟିକା ନେବେ ବୋଲି ଅନୁମାନ କରାଯାଏ। ଏହାକୁ ରାଜ୍ୟ ସରକାର ସର୍ବଦଳ ନିର୍ବିଶେଷରେ ବିଚାର ବିମର୍ଷ କରି ଅତିଶିଘ୍ର ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଗଣିତ ଓଡ଼ିଶାର ଜନସାଧାରଣ ଦାବୀ କରନ୍ତି। ଯଦ୍ୱାରା ଆମ ସୁନାର ଓଡ଼ିଶା କରୋନାମୁକ୍ତ ହୋଇ ପାରିବ।