Odiapua.com

ମହିଳାଙ୍କ ପାଇଁ ଫ୍ୟାସନ୍ ହେବାକୁ ଯାଉଛି ମ୍ୟାଚିଂ ମାସ୍କ ..

ଭୁବନେଶ୍ୱର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ କିମ୍ବା ଫେସ୍ କଭର୍ ଏବେ ପୋଷାକ ଭଳି ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ କେବଳ ସାଧା ନୁହେଁ, ପୋଷାକ ସହିତ ମ୍ୟାଚ୍ କଲା ଭଳି ପ୍ରସ୍ତୁତ ବିଭିନ୍ନ ରଙ୍ଗୀନ ମାସ୍କ କିମ୍ବା ଫେସ୍ କଭର୍ ଦେଖିବାକୁ ମିଳୁଛି। ମହିଳାମାନେ ସେମାନଙ୍କର ସିଲେଇ- ଏମ୍ବ୍ରୋଡେରୀ ସ୍କିଲ୍ ମାଧ୍ୟମରେ କରୋନା ଭାଇରସ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ୟବହାର କରିବାକୁ ମାସ୍କ୍ କିମ୍ବା ଫେସ୍ କଭରକୁ ଏକ ଫ୍ୟାଶନେବଲ୍ ସ୍ପର୍ଶ ଦେବା ଆରମ୍ଭ କରି ଦେଇଛନ୍ତି।

କେତେକ ସ୍ଥାନରେ ମହିଳାମାନେ ସୁଟ୍ ବା ଡ୍ରେସ୍ ସହିତ ମ୍ୟାଚିଂ କଲାପରି ମାସ୍କ ବା ଫେସ୍ କଭର୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ମହିଳାମାନେ ନିଜ ସୁଟ୍ କିମ୍ବା ଡ୍ରେସ୍ ସହିତ ମେଳ ଖାଇବା ପରି ମାସ୍କ ବା ଫେସ୍ କଭର୍ ପ୍ରସ୍ତୁତ କରୁଛନ୍ତି। କୁହାଯାଉଛି, କରୋନା ଆତଙ୍କ ଭିତରେ ଖୁବ୍ ଶୀଘ୍ର ସୁଟ୍ କିମ୍ବା ପୋଷାକ ସହିତ ମ୍ୟାଚିଂ କଲା ଭଳି ମାସ୍କ ବା ଫେସ୍ କଭର୍ ସହିତ ପୋଷାକରେ ବିଭିନ୍ନ ସମାରୋହ ତଥା ଇଭେଣ୍ଟରେ ମହିଳାମାନେ ନଜରକୁ ଆସିବେ। -ଦେବଦତ୍ତ ରଥ

ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..