ନୂଆଦିଲ୍ଲୀ,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ମହାରାଷ୍ଟ୍ରର ଭୋର ଘାଟ ନିକଟସ୍ଥ ପୁରୁଣା ପୁନେ-ମୁମ୍ବାଇ ହାଇୱେ ରେ ଏକ ମେଜର ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁସାରେ, ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ୬୦ ଫୁଟ ତଳକୁ ଓଲଟି ପଡିଥିଲା । ପରେ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।