Odiapua.com

ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ

କୋରାପୁଟ ; ତା୩୧-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଜିଲ୍ଲା ପ୍ରଶାସନ ଓ ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ଜିଲା ସଦର ମହକୁମାରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କୋରାପୁଟ ବସଷ୍ଟାଣ୍ଡ ନିକଟ ଗାନ୍ଧିପାର୍କରେ ଅବସ୍ଥାପିତ ଗାନ୍ଧି ପ୍ରତିମୂର୍ତିରେ ସହକାରୀ ଜିଲାପାଳ ସବ୍ୟସାଚି ବେହେରା, ଜିଲ୍ଲା ସ୍ମାରଜୀ କମିଟିର ସଦସ୍ୟ ରାଜ କିଶୋର ସାମନ୍ତରା, ସାମ୍ବାଦିକ ସିଏଚ.ସାନ୍ତାକାର୍, ପ୍ରଶାନ୍ତ ସାମନ୍ତରାୟ, ଘନଶ୍ୟାମ ରଥ ଯୋଗଦେଇ ପୁଷ୍ଫମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସତ୍ୟ ନାରାୟଣ ପ୍ରଧାନ ଓ ଅଲିଭା କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।