Odiapua.com

ମସ୍ତିଷ୍କ ଓ ଜାପାନିଜ ଜ୍ୱର ନିୟନ୍ତ୍ରଣ ନିମନ୍ତେ ୧୨ ଟି ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଦିନିକିଆ କର୍ମଶାଳା

କୋରାପୁଟ ; ତା୦୨-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ମସ୍ତିଷ୍କ ଓ ଜାପାନିଜ ଜ୍ୱର ନିୟନ୍ତ୍ରଣ ନିମନ୍ତେ ୧୨ ଟି ପ୍ରବଣ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସଭାଗୃହଠାରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ମଶାଳାଟିକୁ ଉଦଘାଟନ କରିଥିଲେ ।ଏହି କର୍ମଶାଳାରେ ଜନସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶକ ଡାକ୍ତର ସ୍ୱପ୍ନେଶ୍ୱର ଗଡନାୟକ ,କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ,କଲେଜର ଅଧ୍ୟକ୍ଷ ପ୍ରଫେସର କେ .ସି.ବିଶ୍ୱାଲ , ସ୍ୱାସ୍ଥ୍ୟ ସେବାର ଅତିରିକ୍ତ ନିଦେ୍ର୍ଦଶକ ଡାକ୍ତର ପ୍ରମିଳା ବରାଳ , ଡାକ୍ତର ମଦନ ମୋହନ ପ୍ରଧାନ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ମାଲାକାନଗିରି ଜିଲ୍ଲାରେ ସମସ୍ତଙ୍କ ସହ ଯୋଗରେ ଜାପାନିଜ ଜ୍ୱର ନିୟନ୍ତ୍ରଣ ହୋଇପାରିଥିଲା ବୋଲି କୋରାପୁଟ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପ୍ରକାଶ କରିଥିଲେ ।ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ରୋଗ ସଂପର୍କରେ ସଚେତନତା କଲେ ଏହାର ସୁଦୂର ପ୍ରସାର ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ ।ଏଭଳି କର୍ମଶାଳାରେ ସମାଜ ମଙ୍ଗଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀମାନଙ୍କୁ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ ।ଏଭଳି ରୋଗ ନିମନ୍ତେ ମିଡିଆ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସେ ପ୍ରକାଶ କରିଥିଲେ ।୨୦୧୬ ମସିହାରେ ମାଲାକାନଗିରି ଜିଲ୍ଲାରେ ବଡଧରଣର ଜାପାନିଜ ଜ୍ୱର ଆର୍ବିଭାବ ଦେଖାଦେଇଥିଲା ବୋଲି ସ୍ୱାସ୍ଥ୍ୟ ସେବା ଅତିରିକ୍ତ ନିଦେ୍ର୍ଦଶକ ଡାକ୍ତର ବରାଳ ସୂଚନା ଦେଇଥିଲେ ।ଯେଉଁଥିରେ ୨୪୨ ଜଣ ଜାପାନିଜ ରୋଗୀଙ୍କ ମଧ୍ୟରୁ ୩୯ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ ।୨୦୧୭ ମସିହାରେ ୭୯ ଜଣ ଜାପାନିଜ ରୋଗୀ ପଞିକୃତ ହୋଇଥିବା ବେଳେ କେହି ହେଲେ ମୃତ୍ୟୁବରଣ କରି ନ ଥିବା ବେଳେ ୨୦୧୮ ମସିହା ବର୍ତମାନ ସୁଦ୍ଧା ୪୬ ଜଣ ରୋଗୀ ପଞିକୃତ ହୋଇଛି କିନ୍ତୁ କେହି ମୃତ୍ୟୁବରଣ କରି ନ ଥିବା ସେ ସୂଚନା ଦେଇଥିଲେ ।କୋରାପୁଟ , ମାଲାକାନଗିରି , କେଉଁଝର , ମୟୁରଭଞ ର ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଆଇଜିଏଚ ରାଉଲକେଲା , କ୍ୟାପିଟାଲ ହସପିଟାଲ ଭୁବନେଶ୍ୱର , କଟକ , ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ଏଭଳି ୯ ଟି ସ୍ଥାନରେ ମସ୍ତିସ୍କ ଓ ଜାପାନିଜ ଜ୍ୱର ନିମନ୍ତେ ପରୀକ୍ଷଣ କେନ୍ଦ୍ର ରହିଥିବା ସେ ସୂଚନା ଦେଇଥିଲେ ।ରାଜ୍ୟର ୧୭ ଟି ଜିଲ୍ଲାରେ ଜାପାନିଜ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ ।ଏହି କର୍ମଶାଳରେ କୋରାପୁଟ , ମାଲାକାନଗିରି , ରାୟଗଡା ,ବାଲେଶ୍ୱର , ମୟୁରଭଞ ,କେଉଁଝର , ସୁନ୍ଦରଗଡ ,ଯାଜପୁର ,ପୁରୀ ,କଟକ , ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ସିଡିଏମଓ , ଜନସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ପ୍ରାଣୀ ଚିକିସôାଧିକାରୀ , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ୍ୋଗଦେଇଥିଲେ ।ଏହି କର୍ମଶାଳାରେ ଆଗାମୀ କାର୍ଯ୍ୟକ୍ରମ ସମ୍ବଦ୍ଧୀୟ ଯୋଜନା ପ୍ରସ୍ତୁତ କରାଯାଇ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା , ସେବା ଯୋଗାଣରେ ଉନ୍ନତକରଣ , ଉନ୍ନତ ବୈଷୟିକ କୈାଶଳ ଉପରେ ଆଲୋଚନା କରାଯାଇ ଚିଠା ପ୍ରସ୍ତୁତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ କଲେଜର ଡାକ୍ତର ଶୁଭାମାଳିନୀ ପରିଚାଳନା କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।