Odiapua.com

ମସ୍ତିପୁଟ ବିଜୁ ଯୁବବାହିନୀ ପକ୍ଷରୁ ବୃଷରୋପଣ

କୋରାପୁଟ ; ତା୧୪-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ମସ୍ତିପୁଟ ବିଜୁ ଯୁବବାହିନୀ ପକ୍ଷରୁ ମସ୍ତିପୁଟଠାରେ ବୃକ୍ଷରୋପଣ କରାଯାଇଥିବା ଜଣାପଡିଛି ।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ଗ୍ରାମ ପଂଚାୟତ କାର୍ଯ୍ୟାଳୟ , ଗୀର୍ଜା ଗୃହ ଓ ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ ।ବିଜୁ ଯୁବବାହିନୀର ପ୍ରକଳ୍ପ ଅଧିକାରୀ ପ୍ରଦୀପ ପାଣ୍ଡେରୀଙ୍କ ପରିଚାଳନାରେ ଆୟୋଜିତ ସଭାରେ ଶ୍ରୀ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମର ଯୁବକମାନେ ବିଜୁ ଯୁବବାହିନୀରେ ସାମିଲ ହୋଇ ବାସିନ୍ଦାମାନଙ୍କର ବିକାଶ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।ବିଜୁ ଯୁବ ବାହିନୀ ଓଡିଶାର ପ୍ରତ୍ୟେକ ଗ୍ରାମରେ ବୃକ୍ଷରୋପଣ କରି ଓଡିଶାକୁ ସବୁଜ ସୁନ୍ଦର କରିବା ନିମନ୍ତେ ନିଷ୍ପତି ନିଆଯାଇଥିବା ସେ ସୂଚନା ଦେଇଥିଲେ ।ଏହି ସଭାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ତୁଲସି କିରସାନି , ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି , ସରପଂଚ ଦୁର୍ଯ୍ୟ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ମସ୍ତିପୁଟ ବିଜୁ ଯୁବ ବାହିନୀର ସଭାପତି ମଣ୍ଠୁ ବେନିଆ ଓ ବ୍ଲକ ସଂଯୋଜକ ରମେଶ ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଏହାପରେ ସାସଂଦ ଶ୍ରୀ ହିକକା ମସ୍ତିପୁଟ ହାଇସ୍କୁଲ , ସେବାଶ୍ରମ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପରିଦର୍ଶନ କରିଥିଲେ ।ହାଇସ୍କୁଲରେ ଶିକ୍ଷକ ଅଭାବ ରହିଥିବାରୁ ପାଠପଢାରେ ଅସୁବିଧା ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ।ହାଇସ୍କଲୁଠାରେ ସାଂସଦ ଶ୍ରୀ ହିକକା ଓ ଅନ୍ୟମାନେ ବୃକ୍ଷରୋପଣ କରିଥିଲେ ।