Odiapua.com

ମସ୍ତିପୁଟରେ ଝାଡାବାନ୍ତି ରୋଗରେ ୧୬ ଆକ୍ରାନ୍ତ, ଗୁରୁତର ୬ ଜଣ ହସପିଟାଲରେ ଭର୍ତ୍ତି

କୋରାପୁଟ ୨୦-୦୮(ଓଡିଆ ପୁଅ/ରଞ୍ଜନ ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ରେ ୧୬ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରୀ ଦଳ ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। କେଉଁଥି ପାଇଁ ଝାଡାବାନ୍ତି ରୋଗ ହେଲା ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ କହିହେବ ବୋଲି ବିଡିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ତଳ ଜାନିଗୁଡା ମେଡିକାଲ ଅଫିସର ଡାକ୍ତର ଶାଶ୍ବତୀ ମହାନ୍ତି ପ୍ରଭାବିତ ଗ୍ରାମ ପରିଦର୍ଶନ କରି ପରିବେଶ ସୁସ୍ଥ ନ ଥିବା ପ୍ରକାଶ କରିଛନ୍ତି। ପାଣି ପରୀକ୍ଷା ନିମନ୍ତେ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।ଆକ୍ରାନ୍ତ ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି। ଗୋଟିଏ ପରିବାରର ତିନି ଜଣ ବ୍ୟକ୍ତି ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି। ଆଦିବାସୀ ସାହିରେ ପାଇପ ଯୋଗେ ପାଣି ଆସୁ ନ ଥିବା ଗ୍ରାମବାସୀ ମଧୁ ମୁଦୁଲି ଅଭିଯୋଗ କରିଛନ୍ତି । ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ କରିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ ଶ୍ରୀ ନାୟକ ସମୀକ୍ଷା କରିଥିଲେ। ଝାଡାବାନ୍ତି ଯେପରି ନ ବ୍ୟାପେ ସେଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।