Odiapua.com

ମସୁରୀ ଅଲେଖ ମହିମା ଭୀମଭୋଇ ଗବେଷଣା ପରିଷଦ ମଠ ପକ୍ଷରୁ ନୂଆଖାଇ ପର୍ବ ପାଳିତ

କୋରାପୁଟ : ୧୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଡେଲ ଗ୍ରାମପଞ୍ଚାୟତର ମସୁରୀ ଗ୍ରାମ ସ୍ଥିତ ଅଲେଖ ମହିମା ଭୀମଭୋଇ ଗବେଷଣା ପରିଷଦ ପକ୍ଷରୁ ନୂଆଖାଇ ପର୍ବ ପାଳନ ହୋଇଯାଇଛି। ଅଲେଖ ମହିମା ଧର୍ମ ଗୁରୁଙ୍କ ଶିଷ୍ୟ ମଠ ପ୍ରତିଷ୍ଠାତା ବାବା ବୀଣାକାର ଦାସଙ୍କ ବଳିଷ୍ଠ ଉଦ୍ୟମରେ ପ୍ରଥମ ନୂଆଖାଇ ପର୍ବ ପାଳନ ଉପଲକ୍ଷେ ନନ୍ଦପୁର ବ୍ଲକ ଅଧ୍ୟକ୍ଷା ଶ୍ରୀ ମୋତି ସାବିତ୍ରୀ କାର୍ତ୍ତୃଲ, ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ, ବାଡେଲ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଯୋଗୁ ମୁଦୁଲି, ପାଡ଼ୁଆ ଲ୍ୟାମ୍ପସ ସଭାପତି ଗୋପୀନାଥ କାର୍ତ୍ତୃଲ, କାମେଶ୍ୱର କାର୍ତ୍ତୃଲ, ଭୀମ ଜାନାମ, ମଧୁସୂଦନ ଦୋରା, ଅଲେଖ ମହିମା ଖୁଡୁବ ପୀଠର ସମ୍ପାଦକ କମାୟା ପାଙ୍ଗି ପ୍ରମୁଖ ଯୋଗଦେଇ ସମୂହ ଏକାଠି ବସି ନୂଆଖାଇ ନବାନ୍ନ ଭୋଜନ କରି ସାରି ପରସ୍ପରକୁ କୋରାପୁଟିଆ ଜୁଆର ଭେଟ ହୋଇ ମଠ ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି। ମହିମା ଧର୍ମ ତରପରୁ ନିମନ୍ତ୍ରିତ ହୋଇଥିବା ଅତିଥି ଓ ମହିମା ଧର୍ମାଲମ୍ବୀ ଭକ୍ତମାନେ ନବାନ୍ନ ଭୋଜନ କରିବା ପରେ ବାବାମାନେ ଏକତ୍ରିତ ହୋଇ ପାରମ୍ପରିକ ଖଞ୍ଜଣି ବାଦ୍ୟ ବଜାଇ ମସୁରୀ ମଠରେ ନୂଆଖାଇ ପର୍ବ ପାଳିତ କରିଥିବା ଦେଖିବାକୁ ମିଳିଛି। ଦୁଇ ବର୍ଷ ଧରି କୋଭିଡ କଟକଣାରୁ ନୂଆଖାଇ ପର୍ବରେ ପରସ୍ପରକୁ ଭେଟ ହୋଇନଥିଲା ବୋଲି ବାବା ବୀଣାକାର ଦାସ ପ୍ରକାଶ କରିଛନ୍ତି। ଅଲେଖ ମହିମା ଧର୍ମର ନୂଆଖାଇ ପର୍ବରେ ମହିମା ଧର୍ମାଲମ୍ବୀ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା।