Odiapua.com

ମମିତା ମେହେର ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜୟପୁର ଆଇନ କଲେଜ ଛାତ୍ରଛାତ୍ରୀଙ୍କ ଦାବିପତ୍ର ପ୍ରଦାନ

କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟରେ କଳାହାଣ୍ଡି  ଜିଲ୍ଲାର  ଶିକ୍ଷକ ମମିତା ମେହେରଙ୍କ ହତ୍ୟାକାଣ୍ଡ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ବେଳେ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜୟପୁର ଆଇନ କଲେଜ ଓ ଅନ୍ୟାନ୍ୟ କେଲଜର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ  ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ପରେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜୟପୁର ଆଇନ ମହାବିଦ୍ୟାଳୟର ଛାତ୍ର ପ୍ରମୋଦ କୁମାର କନ୍ଧପାନ ଦାବି କରିଛନ୍ତି ।ଯଦି ଗିରଫ କରା ନ ଯାଏ ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି ।